ବିଏମ୍ସିର ଗାଇଡଲାଇନ : ପୟା ଶ୍ରାଦ୍ଧ, ପିଣ୍ଡଦାନ ଓ ଛଠପୂଜାକୁ ବାରଣ
ଭୁବନେଶ୍ୱର : ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ଓ ବିନ୍ଦୁସାଗରରେ ପୟା ଶ୍ରାଦ୍ଧ ଓ ପିଣ୍ଡଦାନକୁ ବାରଣ କରାଯାଇଛି। କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ବିଏମ୍ସିର ଗାଇଡଲାଇନ ଅନୁସାରେ ଭୁବନେଶ୍ବରରେ କରୋନା ଭାଇରସ୍ ମହାମାରୀ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରିତ ହୋଇପାରି ନାହିଁ। ତେଣୁ ଶ୍ରୀଲିଙ୍ଗରାଜଙ୍କ ସିଂହଦ୍ୱାର ଓ ବିନ୍ଦୁସାଗରରେ ପ୍ରବଳ ଜନଗହଳି ହେବା ଦ୍ୱାରା କରୋନା ବ୍ୟାପିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପୟାଶ୍ରାଦ୍ଧ ଓ ପିଣ୍ଡଦାନ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ସେହିପରି ଅନ୍ୟ ଏକ ଆଦେଶନାମାରେ କୁହାଯାଇଛି ଯେ, ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ କୌଣସି ଜଳାଶୟରେ ଛଠପୂଜା ପାଳନ କରାଯାଇପାରିବ ନାହିଁ। ଭୁବନେଶ୍ୱରର ଜଳାଶୟଗୁଡ଼ିକରେ ଛଠପୂଜା ପାଳନକୁ ସଂପୂର୍ଣ୍ଣ ରୂପେ ବାରଣ କରାଯାଇଛି। କୋଭିଡ-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ବିଏମ୍ସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇ ଆଦେଶନାମା ଜାରି କରାଯାଇଛି।
