ଟି୨୦ ବିଶ୍ୱକପ୍ : ସେମିରେ ପ୍ରବେଶ କଲା ପାକିସ୍ତାନ
Pakistan's Shadab Khan, center without cap, celebrates with teammates the dismissal of Afghanistan's Najibullah Zadran during the Cricket Twenty20 World Cup match between Pakistan and Afghanistan in Dubai, UAE, Friday, Oct. 29, 2021. (AP Photo/Aijaz Rahi)
ଆବୁଧାବି : ଆବୁଧାବିରେ ଟି-୨୦ ବିଶ୍ୱକପ୍ ଗ୍ରୁପ-୨ର ଏକ ମ୍ୟାଚରେ ମଙ୍ଗଳବାର ନାମିବ୍ୟା ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଏହି ମୁକାବିଲାକୁ ୪୫ ରନରେ ଜିତିବା ସହିତ ସେମି ଫାଇନାଲ ପ୍ରବେଶ କରିଛି ପାକିସ୍ତାନ । ମହମ୍ମଦ ରିଜୱାନ ଓ ବାବର ଆଜମଙ୍କ ଅର୍ଦ୍ଧଶତକ ସହାୟତାରେ କ୍ରମାଗତ ଚତୁର୍ଥ ମ୍ୟାଚରେ ବିଜୟୀ ହୋଇଛି ପାକିସ୍ତାନ ।
ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନର ବ୍ୟାଟ୍ସମ୍ୟାନମାନେ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ ମଧ୍ୟ ପରବର୍ତ୍ତୀ କାଳରେ ରନଗତି ବଢାଇଦେଇଥିଲେ । ଅନଭିଜ୍ଞ ନାମିବ୍ୟାର ବୋଲିଂ ପାକିସ୍ତାନୀ ବ୍ୟାଟ୍ସମ୍ୟାନମାନଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନଥିଲା । ପାକିସ୍ତାନ ପକ୍ଷରୁ ରିଜୱାନ ୫୦ ବଲ ଖେଳି ଅପରାଜିତ ୭୯ ରନ କରି ଅପରାଜିତ ରହିଥିଲେ । ଏହି ଇନିଂସରେ ୮ଟି ଚୌକା ଓ ୪ ଛକା ସାମିଲ ଥିଲା । ସେହିପରି ବାବର ଆଜମ ୪୯ ବଲରେ ୭୦ ରନ କରିଥିବା ବେଳେ ମହମ୍ମଦ ହଫିଜ୍ ୩୨ ରନ ସଂଗ୍ରହ କରିଥିଲେ । ଫଳରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୧୮୯ରନ କରିଥିଲା । ୱାେଇଜେ ଓ ଫ୍ରାଇଲିଙ୍କ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଜବାବରେ କ୍ରେଗ ୱିଲିୟମ୍ସଙ୍କ ୪୦ ଓ ଡେଭିଡ ୱାଇଜେଙ୍କ ଅପରାଜିତ ୪୩ ରନ ସତ୍ତ୍ୱେ ବିଜୟରୁ ୪୫ ରନ ଦୂରରେ ରହିଥିଲା ନାମିବ୍ୟା । ପାକିସ୍ତାନ ପକ୍ଷରୁ ହସନ ଅଲୀ, ଇମାଦ ୱାସିମ, ହରିସ ରୌଫ୍ ଓ ଶଦାବ ଖାନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
