ମେଘାଳୟ ବିଧାନସଭା ଉପ-ନିର୍ବାଚନ : ଦୁଇଟି ଆସନରେ ଏନପିପି, ଗୋଟିଏ ଆସନରେ ୟୁଡ଼ିପି ବିଜୟୀ
ସିଲଂ : ମଙ୍ଗଳବାର ଦିନ ମେଘାଳୟର ୧୩ ନମ୍ବର ମାଓରିଙ୍ଗକେନେଙ୍ଗା, ୨୪ ନମ୍ବର ମାଓଫଲାଂଗା, ଏବଂ ୪୭ ନମ୍ବର ରାଜବାଲା ବିଧାନସଭା ଆସନରେ ଉପ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି । ଶାସକ ଦଳ ଏନପିପି ଦୁଇଟି ଆସନ ଏବଂ ୟୁଡ଼ିପି ଗୋଟିଏ ଆସନ ଜିତିଛି ।
ମାଓରିଙ୍ଗକେନେଙ୍ଗା ଠାରୁ ଶାସନ ଦଳର ଏନପିପି ପ୍ରାର୍ଥୀ ପୋନିଏଦ ସିଂ ସିଏମ ତାଙ୍କର ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦୀ ହିଘଲାଣ୍ଡର ଖରମଲ୍ଲିକଙ୍କୁ ୧୮୧୬ ଭୋଟରେ ପରାସ୍ତ କରିଛନ୍ତି । ପୋନିଏଦ ସିଂ ସିଏମଙ୍କୁ ମୋଟ ୧୪,୧୭୭ (୪୯.୧ ପ୍ରତିଶତ) ଭୋଟଏବଂ କଂଗ୍ରେସ ପ୍ରାର୍ଥୀ ୧୨୩୬୧ (୪୨.୮୧ ପ୍ରତିଶତ) ଭୋଟ୍ ପାଇଛନ୍ତି । ମାଓଫଲାଙ୍ଗାରେ ୟୁଡ଼ିପି ପ୍ରାର୍ଥୀ ୟୁଜିନେସୋନ ଲିଙ୍ଗଦୋହ ତାଙ୍କର ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦୀ କେନେଡ଼ି କର୍ଣ୍ଣଲିୟସ୍ ଖରିୟମଙ୍କୁ ୪୪୦୧ ଭୋଟରେ ପରସ୍ତା କରିଛନ୍ତି । ୟୁଜିନେସୋନ ଲିଙ୍ଗଦୋହ ୧୩୨୮୫ (୪୮.୩୫ ପ୍ରତିଶତ) ଭୋଟ୍ ପାଇଲେ । କଂଗ୍ରେସ ପ୍ରାର୍ଥୀ ୮୮୮୪ (୩୨.୩୪ ପ୍ରତିଶତ) ଭୋଟ୍ ପାଇଛନ୍ତି । ରାଜବାଲାର ଏନପିପିର ଏମ ଅବଦୁସ ସାଲେହ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ହାସିନା ୟାସିନ ମଣ୍ଡଳଙ୍କୁ ୧୯୨୬ ଭୋଟରେ ପରାସ୍ତ କରିଛନ୍ତି । ଏମ ଅବଦୁସ ସାଲେହ ମୋଟ ୧୧୮୨୩ (୩୯.୭୭ ପ୍ରତିଶତ) ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ୯୮୯୭ (୩୩.୨୯ ପ୍ରତିଶତ) ଭୋଟ୍ ପାଇଛନ୍ତି ।
