ମନି ଲଣ୍ଡରୁିଂ ମାମଲାରେ ୬ ନଭେମ୍ବର ପର୍ଯ୍ୟନ୍ତ ଇଡିଙ୍କ ହାଜତରେ ଅନିଲ ଦେଶମୁଖ
ମୁମ୍ବାଇ : ପୂର୍ବ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ମୁମ୍ବାଇ ବିଶେଷ କୋର୍ଟ ମଂଗଳବାର ମନି ଲଣ୍ଡରୁିଂ ମାମଲାରେ ଛାନଭିନ କରିବା ପାଇଁ ୬ ନଭେମ୍ବର ପର୍ଯ୍ୟନ୍ତ ପ୍ରବର୍ତନ ନିର୍ଦେଶାଳୟର ହାଜତରେ ରଖିବାକୁ ଆଦେଶ ଦେଇଛନ୍ତି । ଅନିଲ ଦେଶମୁଖ ୧୦୦ କୋଟି ବଟି ଆଦାୟ ମାମଲାରେ ସୋମବାର ରାତିରେ ଇଡି ଗିରଫ କରିଛି ।
ଇଡିର ଟିମ୍ ଅନିଲ ଦେଶମୁଖଙ୍କୁ ମେଡିକାଲ ଜାଂଚ କରିବା ପାଇଁ ଜେ ଜେ ହସ୍ପିଟାଲକୁ ନେଇଯାଇଥିଲେ । ଏହାପରେ ଇଡିର ଟିମ୍ ଅନିଲ୍ ଦୋମୁଖଙ୍କୁ ବିଶେଷ କୋର୍ଟରେ ହାଜର କରାଇଥିଲା । ଇଡିର ଓକିଲ ଅନିଲ ସିଂହ ଏବଂ ହିତେନ ବନେଗା ବକର ମଧ୍ୟ ହାଜର ହୋଇଥିଲେ । ଅନିଲ୍ ସିଂହ କହିଛନ୍ତି ଅନିଲ୍ ଦେଶମୁଖ ଙ୍କୁ ଇଡି ବଟି ଆଦାୟ ମାମଲାରେ ବିଷୟରେ ପଚରା ଉଚରା କରୁଛି । ଏଥିପାଇଁ ଅନିଶ ଦେଶ ମୁଖଙ୍କୁ ୧୪ଦିନପାଇଁ ଇଡି ରିମାଣ୍ଡରେ ନେଇଥିଲା । ଏହାପରେ ଅନିଦେଶମୁଖଙ୍କ ଆଉଜଣେ ଇନ୍ଦ୍ରପାଲ ସିଂହ କୋର୍ଟରେ ହାଜର ହୋଇଥିଲେ । ଇନ୍ଦ୍ରପାଲ ସିଂହ କହିଛନ୍ତି ଯେ ତିନିଦିନ ପୁର୍ବରୁ ହାଇ କୋର୍ଟ ରେ ଇଡି କହିଥିଲା ଯେ ଅନିଲ୍ ଦେଶମୁଖ ବଟି ଆଦାୟ ମାମଲାରେ ଅଭୁଯୁକ୍ତ ନୁହେଁ । କେବଳ ତାଙ୍କୁ ପଚରା ଉଚରା କରାଯାଉଥିଲା । ଏହାପରେ ଇଡିପାଖରେ କଣ ପ୍ରମାଣ ମିଳିଲାଯେ ତାଙ୍କୁ ରାତିଅଧରେ ଗିରଫ କରାଗଲା । ବିଶେଷ କୋର୍ଟର ଜଜ୍ ଦୁଇ ପକ୍ଷଙ୍କ କଥା ଶୁଣିବା ପରେ ଅନିଲ ଦେଶମୁଖଙ୍କୁ ୬ ନଭେମ୍ବର ପର୍ଯ୍ୟନ୍ତ ଇଡିର ନିୟତ୍ରଣକୁ ପଠାଇବାକୁ ଆଦେଶ ଦେଇଥିଲେ । କୋର୍ଟ ଅନିଲ୍ ଦେଶମୁଖହ୍କୁ ଘରର ଭୋଜନ ଦିଆଯିବା ଓ ପଚରା ଉଚରା ସମୟରେ ତାଙ୍କ ଓକିଲର ଉପସ୍ତିତ ରହିବାକଥା ମଧ୍ୟ ସ୍ୱିକୃତ ଦେଇଛନ୍ତି ।
