୧୮ରୁ ବାଲେଶ୍ୱର ଜିଲା ସିନିୟର ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା
ବାଲେଶ୍ୱର : ବାଲେଶ୍ୱର ଜିଲା କ୍ରୀଡ଼ା ସଂଘ ଆନୁକୁଲ୍ୟରେ ସିନିୟର ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା ଆସନ୍ତା ୧୮ ତାରିଖରୁ ପରମିିଟ୍ ପଡ଼ିଆରେ ଅନୁଷ୍ଟିତ ହେବ । ଏଥିନିମନ୍ତେ ପ୍ରତ୍ୟେକ କ୍ଲବ ୧୫ ଜଣ ଖେଳାଳୀଙ୍କ ନାମ ଜିଲା କ୍ରୀଡ଼ା ସଂଘ ନିକଟରେ ଆସନ୍ତା ୮ରୁ ୧୨ ତାରିଖ (ପୂର୍ବାହ୍ନ ୧୧ରୁ ସନ୍ଧ୍ୟା ୫ଟା) ସୁଦ୍ଧା ପଞ୍ଜିକରଣ କରିବାକୁ ପଡ଼ିବ । ୧୨ ତାରିଖ ପରେ କୌଣସି ଦଳର ପଞ୍ଜିକରଣ ଗ୍ରହଣ କରାଯିବ ନାହିଁ । ଉକ୍ତ ପ୍ରତିଯୋଗିତାରେ ପ୍ରତି ଦଳରେ ୧୯ ବର୍ଷରୁ କମ୍ ବର୍ଗର ୫ ଜଣ ଖେଳାଳୀ ରହିବେ । ପ୍ଲେଇଂ ଏକାଦଶରେ ୧୯ ବର୍ଷରୁ କମ୍ ବର୍ଗର ଅତି କମ୍ରେ ୪ ଜଣ ଖେଳାଳୀ ରହିବେ । ୧୯ ବର୍ଷରୁ କମ୍ ବର୍ଗର ପିଲା ୧/୦୯/୨୦୦୩ କିମ୍ବା ତା ପରେ ଜନ୍ମ୍ନ ହୋଇଥିବା ଆବଶ୍ୟକ । ଆଗ୍ରହି କ୍ଲବ ମାନେ ସୁଜୟ କୁମାର ଆଚାର୍ଯ୍ୟ (୯୪୩୮୧୪୭୦୯୯) ଓ ଅଜିତ କୁମାର ପାତ୍ରଙ୍କୁ ଯୋଗାଯୋଗ କରିବାକୁ ଜିଲା କ୍ରୀଡ଼ା ସଂଘର ସାଧାରଣ ସମ୍ପାଦକ ଅଭୟ ମହାପାତ୍ର ଜଣାଇଛନ୍ତି ।
ପଞ୍ଜିକରଣ ପାଇଁ ନିମ୍ନଲିଖିତ ମୂଳ ପ୍ରମାଣ ପତ୍ର (ଅରିଜିନାଲ)ଆବଶ୍ୟକ । ଡିଜିଟାଲ ଜନ୍ମଗତ ପ୍ରମାଣ ପତ୍ର (ପଞ୍ଚାୟତ/ମ୍ୟୁନିସିପାଲିଟି ପ୍ରଦତ୍ତ), ଭୋଟର ଆଇଡ଼ି/ ଆଧାର କାର୍ଡ଼/ ପାସ୍ପୋର୍ଟ/ପାନ କାର୍ଡ଼/ ସ୍କୁଲ କିମ୍ବା କଲେଜ ଲିଭିଂ ପ୍ରମାଣ ପତ୍ର / ବୋର୍ଡ଼ ସାର୍ଟିଫିକେଟ୍/ ତିନି ବର୍ଷର ମାର୍କ ସିଟ୍, ଓଡ଼ିଶା ବାହାରେ ଜନ୍ମ ହୋଇଥିବା ଖେଳାଳୀ ରେଜିଷ୍ଟେସନ ପୁର୍ବରୁ ଓଡ଼ିଶା କ୍ରିକେଟ ଏସସିଏସନ୍ ଠାରୁ କ୍ଲିୟରାନ୍ସ ଆଣିବା ବାଧ୍ୟତା ମୂଳକ, ୩୦ ବର୍ଷରୁ ଉର୍ଦ୍ଧ୍ୱ ଖେଳାଳି ଏହି ପ୍ରତିଯୋରିତାରେ ଅଂଶଗ୍ରହଣ କରିପାରିବେ ନାହିଁ, କିନ୍ତୁ ୩୦ ବର୍ଷରୁ ଉର୍ଦ୍ଧ୍ୱ ଖେଳାଳି ଯେଉଁ ମାନେ ବିଗତ ତିନି ବର୍ଷରେ ରାଜ୍ୟ ଦଳରୁ ପ୍ରତିନିଧିତ୍ୱ କରିଥିବେ ସେମାନେ ଖେଳି ପାରିବେ ।
