ଜିଲା ଭଲିବଲ ପ୍ରତିଯୋଗୀତା ଉଦ୍ଯାପିତ : ସିୟୋର ସକ୍ସେସ ଚମ୍ପିୟାନ ଓ ମିିଶନ ଟିମ୍ ରନର୍ସ ଅପ୍
ବାଲେଶ୍ୱର : ବାଲେଶ୍ୱର ଜିଲା କ୍ରୀଡ଼ା ସଂଘ ଆନୁକୁଲ୍ୟରେ ଜିଲା ପୁରୁଷ ଭଲିବଲ ପ୍ରତିଯୋଗୀତା ରବିବାର ରାତି ୯ଟାରେ ଉଦ୍ଯାପିତ ହୋଇଛି । ଏହି ପ୍ରତିଯୋଗୀତାରେ ଜିଲାର ବିଭିନ୍ନ ଅଞ୍ଚଳରୁ ମୋଟ ୧୪ଟି ଦଳ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗୀତାର ଫାଇନାଲ ଖେଳରେ ସିୟୋର ସକ୍ସେସ ଟିମ ଚମ୍ପିୟାନ ଓ ମିିଶନ ଟିମ ରନର୍ସ ଅପ୍ ହୋଇଥିଲେ । ସମସ୍ତ ଦଳକୁ ନିରଞ୍ଜନ ବେହେରା ଗୋଟିଏ କରି ଭଲିବଲ ଓ ଗୋଟିଏ କରି ଗଛଚାରା ପ୍ରଦାନ କରିଥିଲେ । ଉକ୍ତ ବଲ ଏବଂ ଚାରା ଗଛକୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଦ୍ୱାରା ପ୍ରତ୍ୟେକ ଅଂଶଗ୍ରହଣ କାରୀ ଦଳକୁ ପ୍ରଦାନ କରାଯାଇଥିଲା ।
ପୁରସ୍କାର ବିତରଣୀ ଉତ୍ସବରେ ଜିଲା କ୍ରୀଡ଼ାସଂଘର ସାଧାରଣ ସମ୍ପାଦକ ଅଭୟ ମହାପାତ୍ର, ପୁରାତନ ଭଲିବଲ ଖେଳାଳୀ ତଥା ଅବସରପ୍ରାପ୍ତ ସାଇ ହଷ୍ଟେଲ କୋଚ ସୁଧାଂସୁ ପ୍ରଧାନଙ୍କୁ ସମ୍ମାନୀତ କରିଥିଲେ । ଚମ୍ପିୟାନ ଦଳକୁ ସିୟୋର ସକ୍ସେସର ମେନେଜିଂ ଡାଇରେକ୍ଟର ଏବଂ ରନର୍ସ ଅପ ଦଳକୁ ଜିଲା କ୍ରୀଡ଼ାଧିକାରୀ ପୁର୍ଣ୍ଣଚନ୍ଦ୍ର ଜେନା ଟ୍ରଫି ପ୍ରଦାନ କରିଥିଲେ । ଚମ୍ପିୟାନ ଏବଂ ରନର୍ସ ଅପ୍ ଦଳକୁ ମଧ୍ୟ ପୁରସ୍କାର ରାଶୀ ପ୍ରଦାନ କରାଯାଇଥିଲା । ସେକ ସାଦିକ ଅଲ୍ଲୀଙ୍କ ଦ୍ୱାରା ପ୍ରଦତ୍ତ ବେଷ୍ଟ ପ୍ଲେୟାର ଟ୍ରଫିଟି ସଂଘର ସହ ସାଧାରଣ ସମ୍ପାଦକ ପଦ୍ମଲୋଚନ ଲେଙ୍କା ପ୍ରଦାନ କରିଥିଲେ । ଉପସଭାପତି ବିରେନ୍ଦ୍ର୍ର କୁମାର ସ୍ୱାଇଁ, ଯୁଗ୍ମ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର୍ର ନାୟକ, ସୁଜୟ କୁମାର ଆଚାର୍ଯ୍ୟ, ସଞ୍ଜୟ ଲେଙ୍କା, ନିମାଇ ଚରଣ ରାଉତରାୟଙ୍କ ସହିତ ସୁକାନ୍ତ ନାୟକ, ପ୍ରଦିପ କୁମାର ଦାସ, ସେକ ସାଦିକ ଅଲ୍ଲୀ, ଜନ୍ମଜୟ ଦେ ଏବଂ ଜିଲା କ୍ରୀଡ଼ା ସଂଘର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ହୋଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ସୁଜୟ ନାୟକ, କମଳାକାନ୍ତ ବେହେରା, କାମିନୀ କାନ୍ତ ଜେନା, ଚାରୁ ଚନ୍ଦ୍ର୍ର୍ର ନାୟକ, ଧନଞ୍ଜୟ ତ୍ରୀପାଠୀ, ରବିଦ୍ର ଖଟୁଆ ଓ ସନ୍ତୋଷ ମଲିକ ପରିଚାଳନା କରିଥିଲେ । ଶେଷରେ ସଂଘର ଯୁଗ୍ମ ସମ୍ପାଦକ ଜଗଦିଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଯେ, ଏହି ପ୍ରତିଯୋଗୀତାରୁ ଉତ୍ତମ ଭଲିବଲ ଖେଳାଳୀ ଚୟନ କରାଯାଇ ଆସନ୍ତା ନଭେମ୍ବର ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ କନ୍ଧମାଳ ଓ ଫୁଲବାଣୀ ଜିଲାରେ ଅନୁଷ୍ଟିତ ହେବାକୁ ଥିବା ଆନ୍ତଃ ଜିଲା ସିନିୟର ଭଲିବଲ ପ୍ରତିଯୋଗୀତାରେ ବାଲେଶ୍ୱର ଜିଲା ତରଫରୁ ପ୍ରତିନିଧିତ୍ୱ କରିବେ ।
