ନଭେମ୍ବର ମାସ ପାଇଁ ଗାଇଡଲାଇନ୍ ଜାରି, କଣ୍ଟେନମେଣ୍ଟରେ ବଳବତର ରହିବ ଲକଡାଉନ୍
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରିଲିଫ କମିଶନର ନଭେମ୍ବର ମାସ ଲାଗି କୋଭିଡ୍ ଗାଇଡଲାଇନ୍ ଜାରି କରିଛନ୍ତି । ଗାଇଡ୍ଲାଇନ୍ ଅନୁସାରେ ସରକାର ପୂର୍ବପରି କଣ୍ଟେନମେଣ୍ଟ ଜୋନ୍ ଗୁଡ଼ିକରେ ଲକଡାଉନ୍ ବଳବତର ରହିବ । ପୂର୍ବ ଭଳି ରାଜ୍ୟର କୌଣସି ସହରରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ ନାହିଁ । ସହରାଂଚଳରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ । ତେବେ ନାଇଟ କର୍ଫ୍ୟୁ ସମୟରେ ଜରୁରୀ ସେବା ଜାରି ରହିବ । ତେବେ ଆଗକୁ ଦୀପାବଳି ଥିବା ବେଳେ ବାଣ ବିକ୍ରି ଏବଂ ବ୍ୟବହାରକୁ ନେଇ ପରେ ଗାଇଡଲାଇନ ଜାରି କରାଯିବ ବୋଲି କୁହାଯାଇଛି । କଣ୍ଟେନମେଣ୍ଟ ଜୋନ୍ରେ ଏହି ନିଷେଧାଦେଶ ଆସନ୍ତା ନଭେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବଳବତର ରହିବ ଏବଂ କୋଭିଡ୍ -୧୯ ସଂକ୍ରମଣ ଶୃଙ୍ଖଳାକୁ ଫଳପ୍ରଦ ଭାବରେ ଭାଙ୍ଗିବା ଉଦ୍ଦେଶ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସମସ୍ତ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯିବ । କେବଳ ମାତ୍ର ଜରୁରୀ କାର୍ଯ୍ୟକଳାପ ପାଇଁ ଅନୁମତି ମିଳିବ ।
କଣ୍ଟେନମେଣ୍ଟ ଜୋନ୍ରେ ଏହି ନିଷେଧାଦେଶ ଆସନ୍ତା ନଭେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ କୋଭିଡ୍-୧୯ ସଂକ୍ରମଣ ଶୃଙ୍ଖଳାକୁ ଫଳପ୍ରଦ ଭାବରେ ଭାଙ୍ଗିବା ଉଦ୍ଦେଶ୍ୟରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସମସ୍ତ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯିବ। କେବଳ ମାତ୍ର ଜରୁରୀ କାର୍ଯ୍ୟକଳାପ ପାଇଁ ଅନୁମତି ମିଳିବ। ପୂର୍ବ ଭଳି ସପ୍ତାହାନ୍ତ ସଟଡାଉନ ନରହିବା ସହ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ। ତେବେ ନାଇଟ କର୍ଫ୍ୟୁ ସମୟରେ ଜରୁରୀ ସେବା ଜାରି ରହିବ। କୋଭିଡ୍-୧୯ ସଂକ୍ରମଣର ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ଗୁଡ଼ିକୁ ଚିହ୍ନଟ କରିବେ। ଏହି କଣ୍ଟେନମେଣ୍ଟ ଜୋନ୍ଗୁଡିକର ସୂଚନା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ୱେବସାଇଟ ଏବଂ ରାଜ୍ୟ ସରକାରଙ୍କ ୱେବସାଇଟରେ ଉଲ୍ଲେଖ ରହିବ। କଣ୍ଟେନମେଣ୍ଟ ଜୋନ୍ ବାହାରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ କୌଣସି ପ୍ରକାରର ସ୍ଥାନୀୟ ଲକଡାଉନ୍ ଲାଗୁ କରିପାରିବେ ନାହିଁ। ଯଦି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ କୋଭିଡ୍-୧୯ ସଂକ୍ରମଣର ହାରକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନ୍ ବାହାରେ କୌଣସି ଅଞ୍ଚଳରେ ସ୍ଥାନୀୟ ଲକ୍ଡାଉନ୍ ଲଗାଇବାକୁ ଚାହିଁବେ, ତେବେ ସେମାନଙ୍କୁ ସେ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟକୁ ପୂର୍ବରୁ ସୂଚୀତ କରିବେ ଓ ଏଥିପାଇଁ ଅନୁମତି ଆଣିବେ।
