ଦୀପାବଳୀ ଦିନ ଏହି ଜାଗାରେ ନିଶ୍ଚୟ ଜାଳନ୍ତୁ ଦୀପ ! ଘରେ ବଢିବ ଧନ, ମା’ ଲକ୍ଷ୍ମୀ ହେବେ ଖୁସି
ଆସନ୍ତା ୪ ନମ୍ୱଭେମ୍ବରରେ ଆଲୋକର ପର୍ବ ପବିତ୍ର ଦୀପାବଳି। ଦୀପାବଳି ଭାରତର ସବୁଠାରୁ ବଡ଼ ପର୍ବ ଏବଂ ସବୁଠାରୁ ବଡ଼ ପ୍ରକାର ଉତ୍ସବ ମଧ୍ୟ ଅଟେ । ରାକ୍ଷସ ରାଜା ରାବଣ ଉପରେ ବିଜୟ ଲାଭ କରି ୧୪ ବର୍ଷ ବନବାସ ସାରିବାପରେ ମର୍ଯ୍ୟତା ପୁରୁଷତ୍ତମ ଶ୍ରୀ ରାମଚନ୍ଦ୍ର ତାଙ୍କର ସ୍ତ୍ରୀ ମାତା ସୀତା ଏବଂ ତାଙ୍କର ଭାଇ ଶ୍ରୀ ଲକ୍ଷ୍ମଣ କୁ ଅଯୋଧ୍ୟା ଫେରିଆସିବା ଖୁସିରେ ଏବଂ ସନମାନ ସହ ପାଳନ କରାଯାଇଥାଏ ।
ଏହି ଦୀପାବଳି ରେ ଦୀପର ସାକ୍ଷାତ ମହତ୍ୱ ରହିଥାଏ ଦୀପାବଳି ଏବଂ ଘରେ ଦୀପ ନଜାଳିବ ଏଭଳି କେବେ ସମ୍ଭବ ହୋଇନଥାଏ ତେବେ ଏପରି ଉତ୍ସବ ହିଁ ଆଲୋକର ଉତ୍ସବ ଅଟେ ହିନ୍ଦୁ ଧର୍ମରେ ଏହା ମାନ୍ୟତା ଅଛି ଯେ ଦୀପାବଳି ର ଶୁଭ ସମୟରେ ମା ଲକ୍ଷ୍ମୀ ପୃଥିବୀ ଭ୍ରମଣ କରିଥିଲେ ଏହା ମଧ୍ୟ କୁହାଯାଇଥାଏ କି ମାଲକ୍ଷ୍ମୀ ଯାହାର ଘରେ ଏହି ଦୀପାବଳି ରେ ବାସ କରନ୍ତି ତାହାର ଘରେ ଧନ ତ ଅଭାବ ରହିନଥାଏ ଏହି କାରଣ ହେତୁ ଦୀପାବଳି ରାତିରେ ପ୍ରତ୍ୟେକ ମଣିଷ ନିଜଘର ଦୀପ ଜଳାଇ ସମ୍ପୂର୍ଣ୍ଣ ଘରକୁ ପ୍ରକାଶିତ କରିଥାଏ ।
ଏହା ସହିତ ମଧ୍ୟ କେତେକ ଲୋକଙ୍କୁ ଜଣାଥାଏ ମଧ୍ୟ ଘରର ସହିତ ଏମିତି କିଛି ଜାଗା ରହିଥାଏ ଯେଉଁଠାରେ ଦୀପାବଳି ଦିନ ଦୀପ ଜଳାଇବା ଅତ୍ୟନ୍ତ ଶୁଭ ବୋଲିକୁହାଯାଇଥାଏ ଘର ସହିତ ମଧ୍ୟ ଏଇ ଜାଗାମାନଙ୍କରେ ଦୀପ ଲଗାଇବାକୁ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ତେଣୁ ବନ୍ଧୁଗଣ ଆସନ୍ତୁ ଜାଣିବା ସେଇ ୫ ଟି ମୁଖ୍ୟ ଜାଗା ଯେଉଁ ଜାଗାରେ ଦୀପାବଳି ଦିନ ଦୀପ ରଖି ଜଳାଇବା ଦ୍ୱାରା ଆପଣଙ୍କ ଘରେ ଧନ ର ଅଭାବ ରହିନଥାଏ ତେବେ ଆସନ୍ତୁ ଜାଣିବା ।
ପ୍ରଥମ ଜାଗାଟି ହେଉଛି ଦୀପାବଳି ଦିନ ଆମେ ଆମ ଘରେ ଦୀପ ଜଳାଇବା ସାହିତ ସବୁ ଘରକୁ ଆଲୋକିତ କରିଥାଉ ଏମିତି କି ଘର ବାହାରକୁ ମଧ୍ୟ ଆଲୋକିତ କରିଥାଉ କିନ୍ତୁ ଗୋଟେ ଦୀପ ନେଇ ଆଶ୍ୱସ୍ତ ଗଛ ମୂଳରେ ନିଶ୍ଚୟ ଲଗାନ୍ତୁ କୁହାଯାଇଥାଏ କି ଏହି ଆଶ୍ୱସ୍ତ ଗଛରେ ୩୩ କୋଟି ଦେବା ଦେବୀ ବାସ କରିଥାନ୍ତି ତେଣୁ ଏଇ ଜାଗାରେ ଦୀପ ଜଳାଇବା ଦ୍ୱାରା ମା ଲକ୍ଷ୍ମୀ ଖୁସି ହୋଇଥାନ୍ତି ।
ଦୀପାବଳି ଦିନ ମା ଲକ୍ଷ୍ମୀଙ୍କର ସ୍ୱାଗତ ପାଇଁ ଗୋଟେ କଥାର ଧ୍ୟାନ ରଖନ୍ତୁ ଯେ ଘରର ମୁଖ୍ୟ କବାଟର ଦୁଇ ପାଖରେ ଦୀପ ନିଶ୍ଚିତ ଜଣାନ୍ତୁ ମାନେ ମୁଖ୍ୟ କବାଟର ବା ମୁଖ୍ୟ ଫଟାକର ଡାହାଣ ପଟେ ଓ ବାମ ପଟେ ଦୀପ ନିଶ୍ଚିତ ଭାବରେ ଜଳାନ୍ତୁ ମା ଲକ୍ଷ୍ମୀଙ୍କର ସ୍ୱାଗତ ପାଇଁ ଏହା ଠାରୁ ବଡ଼ ଉପାୟ ଆଉ କିଛି ଭି ହୋଇନପରେ ମା ଲକ୍ଷ୍ମୀ ସେଇଘରେ ପ୍ରବେଶ କରିଥାନ୍ତି ଯେଉଁ ଘରେ ଅନ୍ଧାର ରହିନଥାଏ କେବଳ ଆଲୋକର ପ୍ରକାଶ ହିଁ ପ୍ରକାଶିତ ହୋଇଥାଏ ଏହା ସହିତ ଘରର ଅଗଣାରେ ମଧ୍ୟ ଦୀପ ଜଳାଇବାକୁ ଭୁଲନ୍ତୁ ନାହିଁ ମନେ ରଖନ୍ତୁ ଯେ ଦୀପାବଳି ଦିନ ସନ୍ଧ୍ୟା ହେବାହିଁ ଦୀପ ଜଳାଇବା ଆରମ୍ଭ କରିଦିଅନ୍ତୁ ।
ଦୀପାବଳି ଦିନ ନିଜ ଘରେ ତ ପୂଜା କରିବେ କିନ୍ତୁ ଏହା ସହିତ ଯଦି ଆପଣଙ୍କର ଘର ବାହାରେ କୌଣସି ମନ୍ଦିର ଅଛି ଏହାକୁ ମଧ୍ୟ ଦୀପରେ ସଜାଇ ଦିଅନ୍ତୁ ଏହା ଦ୍ୱାରା ମଧ୍ୟ ଆପଣ ପ୍ରଭୁଙ୍କର ସେବା କରିବାର ସୁଯୋଗ ପାଇବେ ଏବଂ ଏହା ସହିତ ପ୍ରଭୁଙ୍କର ଘରକୁ ମଧ୍ୟ ପ୍ରକାଶିତକରି ପାରିବେ । କୁହାଯାଇ ଥାଏ କି ସମସ୍ତ ପୂଜାର ଅନ୍ୟ ବିଧି ବିଧାନ ଅଛି ଏଇ ଦୀପାବଳି ର ପୂଜାରେ ଏଇ ବିଧାନ କୁ ମଧ୍ୟ ବଡ଼ ବୋଲି କୁହାଯାଇଥାଏ । ଘରର ଆଖ ପାଖରେ କୌଣସି ଚଉଣା ରେ ମଧ୍ୟ ଦୀପ ଜଳାଇବାକୁ ଆଦୌ ଭୁଲନ୍ତୁ ନାହିଁ ଏହା ଦ୍ୱାରା ଦେବୀ ମାତା ଆପଣଙ୍କର ସମସ୍ତ ମନ ସକାମନା ପୂରଣ କରିଥାନ୍ତି ସେଠାରେ ରହିଥିବା ମାତା ବୃନ୍ଦାବତୀ ମଧ୍ୟ ଆପଣଙ୍କର ସବୁ ମନସ୍କାମନା କୁ ସବୁବେଳ ପାଇଁ ପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ ।
କୁହାଯାଇଥାଏ କି ଏଇ ଦୀପାବଳି ଦିନ କୌଣସି ଶୂନଶାନ ଜାଗାରେ ରହିଥିବା ଶିବ ଲିଙ୍ଗ ପାଖରେ ମଧ୍ୟ ଦୀପ ନିଶ୍ଚିତ ଭାବରେ ଜଳାନ୍ତୁ ଏହା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ ମନର ସବୁ ଇଛା ପୂରଣ ହେବା ସହିତ ଏହାର ଆଉ ଏକ ମହାତ୍ମା ମଧ୍ୟ ରହିଛି ଯେ ଆପଣ ଭଗବାନ ଙ୍କ ସେଇ ଘରକୁ ମଧ୍ୟ ପ୍ରକାଶିତ କରି ପାରିବେ ଯେଉଁଠାରେ ସଦା ସର୍ବଦା ଅନ୍ଧକାର ରହିଥାଏ ତେଣୁ ବନ୍ଧୁଗଣ ଆପଣ ଆସନ୍ତା ଦୀପାବଳି ରେ ଚେଷ୍ଟା କରନ୍ତୁ ସବୁ ଜାଗାରେ ଦୀପ ଜଳାଇବା ପାଇଁ ଯାହା ଦ୍ୱାରା ଦେବୀ ମାତା ସବୁ ଦେବା ଦେବୀ ମଧ୍ୟ ପ୍ରସନ୍ନ ହୋଇପାରିବେ ଏବଂ ଆପଣଙ୍କ ଉପରେ ସଦା ସର୍ବଦା ପାଇଁ ଖୁସି ଏବଂ ଆଶ୍ରିବାଦ ବର୍ଷା କରିବେ ।
