କାଠଫାଳିଆରେ ଆକ୍ରମଣ କରି ବାପାକୁ ହତ୍ୟା କଲା ପୁଅ
ଉମରକୋଟ : ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ତହୋରା ପଞ୍ଚାୟତ ଅଧୀନରେ ଥିବା ଯୋଗିଡ଼ଙ୍ଗରି ଗ୍ରାମରେ ଅଭାବନୀୟ ଘଟଣା । କାଠଫାଳିଆରେ ଆକ୍ରମଣ କରି ବାପାକୁ ହତ୍ୟା କଲା ପୁଅ ।
ସୂଚନା ଯେ, ଯୋଗିଡ଼ଙ୍ଗରି ଗାଁରେ ରହୁଥିବା ଚକ୍ର ସାନ୍ତା ତାଙ୍କ ବାପା ଗୋପୀ ସାନ୍ତାକୁ କାଠଫାଳିଆରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଗୋପୀଙ୍କ ମୃତ୍ୟୁ ହୋଇଥିଲା । ଗାଁ ଲୋକଙ୍କ କହିବାନୁସାରେ, ଶୁକ୍ରବାର ସନ୍ଧ୍ୟା ସମୟରେ ଚକ୍ର ସାନ୍ତା ମଦ୍ୟପାନ କରି ବାପାଙ୍କ ସହ ଗଣ୍ଡଗୋଳ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ପାଖରେ ଥିବା ଏକ କାଠଫାଳିଆରେ ବାପାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା ଚକ୍ର। ଫଳରେ ଘଟଣାସ୍ଥଳରେ ଗୋପୀ ସାନ୍ତାଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ମଦ୍ୟପ ପୁଅ ଚକ୍ରକୁ ଅଟକ ରଖି ପୋଲିସରେ ଜିମା ଦେଇଥିଲେ ।
