ଚଳନ୍ତା ଟ୍ରାକ୍ଟରରୁ ଖସି ପଡି ଖଲାସି ମୃତ
ଯାଜପୁର : ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା-କାଏମା ମୁଖ୍ୟ ରାସ୍ତା ଅଚ୍ୟୁତପୁର ଛକ ନିକଟରେ ଅଘଟଣ । ଚଳନ୍ତା ଟ୍ରାକ୍ଟରରୁ ଖସି ପଡି ଖଲାସିର ଘଟଣାସ୍ଥଳରେ ମୃତ୍ୟୁ । ମୃତକ ଜଣକ ହେଲେ ଏହି ଥାନା ଅନ୍ତର୍ଗତ ରସୁଲପୁର ବ୍ଲକ ମହେଶ୍ୱରପୁର ପଂଚାୟତ ଚାନ୍ଦପୁର ଗ୍ରାମର କାର୍ତିକ ଦାସଙ୍କ ସାନ ପୁଅ ସଂଜୟ (୨୩) ବୋଲି ଜଣାପଡିଛି । ଖବର ପାଇ ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପଂହଚି ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ଜବତ କରିବା ସହ ମୃତ ଦେହକୁ ବ୍ୟବଚ୍ଛେଦ ନିମନ୍ତେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ ଚଳାଇଛି ।
ସୂଚନା ମୁତାବକ ଆଜି ସକାଳୁ ରସୁଲପୁର ବ୍ଲକ ବ୍ରହ୍ମବରଦା ଅଂଚଳରୁ ଏକ କାଠ ବୋଝେଇ ଟ୍ରାକ୍ଟର (ଓଡି୦୪ଏଲ୨୫୬୪) ଜାରକା ଅଭିମୁଖେ ଆସୁଥିଲା । ଅଚ୍ୟୁତପୁର ଛକ ନିକଟରେ ଟ୍ରାକ୍ଟରରେ ବସିଥିବା ଖଲାସି ଜଣକୁ ଖସି ପଡିଥିଲେ । ଫଳରେ ତାଙ୍କ ଉପରେ ଟ୍ରାକ୍ଟରଟି ଚଢିଯାଇଥିଲା । ଘଟଣାସ୍ଥଳରେ ସଂଜୟଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପଂହଚି ମୃତ ଦେହକୁ ଜବତ କରିବା ଏକ ଅପମୃତ ମାମଲା ରୁଜୁ କରିବା ସହ ଟ୍ରାକ୍ଟରଟିକୁ ଥାନାରେ ଅଟକ ରଖିଛି । ଆଜି ସନ୍ଧ୍ୟାରେ ତାଙ୍କ ଶବ ଚାନ୍ଦପୁର ଗ୍ରାମରେ ପଂହଚିବା ପରେ ଶେଷକୃତ ସମ୍ପନ୍ନ ହୋଇଥିବା ଜଣାପଡିଛି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଛି ।
