ବାଇକ୍ ନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବେଶ କଲେ ପୋଲିସ କର୍ମଚାରୀ, ଭିଡ଼ିଓ ଭାଇରାଲ୍
ପୁରୀ : ବାଇକ୍ ନେଇ ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଛନ୍ତି ଜଣେ ପୋଲିସ କର୍ମଚାରୀ । ଗୁଣ୍ଡିଚା ମନ୍ଦିରର ଜଣେ ପୋଲିସ କର୍ମଚାରୀ ବାଇକ୍ ନେଇ ମନ୍ଦିର ମୁଖ୍ୟ ଦ୍ୱାରରେ ପ୍ରବେଶ କରୁଥିବାର ଏହି ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି । ଶ୍ରୀଜୀଉଙ୍କ ଜନ୍ମବେଦୀ ଗୁଣ୍ଡିଚାମନ୍ଦିର ମୁଖ୍ୟ ଦ୍ୱାରର ଏଭଳି ଚିତ୍ର ସାମ୍ନାକୁ ଆସିଛି । ଯାହାକି ଭକ୍ତଙ୍କ ଭାବାବେଗ ସହିତ ଜଡ଼ିତ ।
ଡ୍ୟୁଟିରେ ଥିବା ଏହି ପୋଲିସ କର୍ମଚାରୀ ଜଣକ ନିଜର ବାଇକ୍ ନେଇ ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି ଏହି ଭିଡ଼ିଓରେ । ଡ୍ୟୁଟିରେ ଥିବା ଏହି ପୋଲିସ କର୍ମଚାରୀ ମନ୍ଦିର ବାହାରେ ଥିବା ପାର୍କିଂ ଜୋନ୍ ରେ ନିଜର ବାଇକ୍ ନରଖି ଭିତରକୁ କାହିଁକି ନେଇ ଯାଉଛନ୍ତି, ତାକୁ ନେଇ ମଧ୍ୟ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ତେବେ ପୋଲିସର ଏଭଳି ଆଇନ ଉଲ୍ଲଙ୍ଘନ ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଯେ, ପୁରୀ ଟାଉନ୍ରେ ବାଇକ୍ ଲୁଟେରାମାନେ ମାତିଛନ୍ତି। ଆଖି ପିଛୁଳାକେ ଲୁଟ୍ ହୋଇଯାଉଛି ବାଇକ୍। ଏନେଇ ଅଭିଯୋଗ କରିବା ପାଇଁ ଲୋକମାନେ ଥାନାକୁ ଗଲେ ନାନା ହଇରାଣ ହେଉଛନ୍ତି। ଏପରିସ୍ଥିତି ପୁଲିସ ବାବୁ ଜଣକ ନିଜ ବାଇକ୍କୁ ସୁରକ୍ଷିତ ରଖିବା ପାଇଁ ଗୁଣ୍ଡିଚା ମନ୍ଦିରକୁ ନିରାପଦ ସ୍ଥାନ ମଣୁଥିବା ସନ୍ଦେହ କରାଯାଉଛି।
