ନିୟମ ପାଳନ କଲେ ସ୍ଥିତି ଭଲ ରହିବ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ସ୍ଥିତି ଭଲ ରହିଛି । କିଛିଦିନ ହେଲାଣି ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି । କିନ୍ତୁ ବ୍ୟସ୍ତ ହେବାର ନାହିଁ । ଆମର ହସ୍ପିଟାଲରେ ଆଡ଼ମିସନ ବଢୁନାହିଁ । ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁନାହିଁ । ତେବେ ହଠାତ୍ ସଂକ୍ରମଣ କାହିଁକି ବଢ଼ୁଛି ତାହା ଉପରେ ତର୍ଜମା ଚାଲୁଛି । ଆଗକୁ ଆସୁଥିବା ଦୀପାବଳିରେ ଅମାନିଆ ନ ହୋଇ ନିୟମ ପାଳନ କଲେ ସ୍ଥିତି ଭଲ ରହିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।
