ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣା ଓ ନ୍ୟାୟ ଦାବିରେ ଭାଜପା ପକ୍ଷରୁ ଥାନା ଘେରାଉ
- ଥାନା ଅଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ
ନୀଳଗିରି : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେର ଙ୍କୁ ଅମାନୁଷିକ ଭାବେ ହତ୍ୟାକାଣ୍ଡ ଘଟଣାରେ ଗୋବିନ୍ଦ ସାହୁ ମମିତାଙ୍କ ହତ୍ୟା ଘଟଣାରେ ଗିରଫ ହୋଇଛନ୍ତି। କିନ୍ତୁ ଏହି ଘଟଣାରେ ରାଜ୍ୟର ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତ ଅଭିଯୋଗ ହୋଇଛି।
ଉକ୍ତ ପରିବାରକୁ ନ୍ୟାୟ ଦାବିରେ ଏହାର ନୀରପେକ୍ଷ ତଦନ୍ତ ପାଇଁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ ନୀଳଗିରି ଭାଜପା ପକ୍ଷରୁ ଅକ୍ଷୟ ବେହେରାଙ୍କ ସଭାପତିତ୍ବରେ ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଙ୍କ ଉପସ୍ଥିତିରେ ଶହ ଶହ କର୍ମୀ ଏକଜୁଟ ହୋଇ ଗୁରୁବାର ପ୍ବର୍ବାହ୍ନ ୧୦ ଘଟିକାରୁ୧ଘଟିକା ପର୍ଯ୍ୟନ୍ତ ବରହମପୁର ଥାନା ସମୁଖରେ ଘେରାଉ କରିଥିଲେ । ପରେ ବରହମପୁର ଥାନା ଅଧିକାରୀ ହେମନ୍ତ କୁମାର ମାଝୀ ଙ୍କ ଜରିଆରେ ମହାମୋହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ସେଠାରେ ଉପସ୍ଥିତ ଥିବା ଉପେନ୍ଦ୍ର ଦାସ, ସମର ସଙ୍କର କାନୁନଗୋ, କରୁଣାକର ପଣ୍ଡା, ଚିତ୍ତରଞ୍ଜନ ଚୌଧୁରୀ, କୁଳମଣି ନାଯକ, ମାନବ ମୁର୍ମୁ, ପ୍ରବୀଣ ନାୟକ, ଦେବାଶିଷ ଆଚାର୍ଯ୍ୟ ପ୍ରମୁଖ ୩୦୦ ଶହରୁ ଉର୍ଦ୍ଧ୍ଵ କର୍ମକର୍ତ୍ତା ସାମିଲ ହୋଇଥିଲେ । କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଯଦି ମନ୍ତ୍ରୀ ପଦରୁ ଇସ୍ତଫା ନଦିଅନ୍ତି ତେବେ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛି ଭାଜପା।


