ଟି-୨୦ ବିଶ୍ୱକପ୍ : ଅଷ୍ଟ୍ରେଲିଆକୁ ୧୫୫ ରନର ବିଜୟ ଲକ୍ଷ୍ୟ ଦେଲା ଶ୍ରୀଲଙ୍କା
ଦୁବାଇ : ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍ ଗ୍ରୁପ-୧ର ଏକ ମ୍ୟାଚରେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୫୪ ରନ ସଂଗ୍ରହ କରିଛି ଶ୍ରୀଲଙ୍କା । ଅଷ୍ଟ୍ରେଲିଆକୁ ଜିତିବାକୁ ହେଲେ ୧୫୫ ରନ କରିବାକୁ ହେବ ।
ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୪ରନ କରିଥିଲା । ଶ୍ରୀଲଙ୍କା ପକ୍ଷରୁ କୁଶଲ ପେରେରା ଏବଂ ଚରିଥ୍ ଆଶାଲଙ୍କା ୩୫ ରନ ଲେଖାଏଁ କରିଥିବା ବେଳେ ଭାନୁକା ରାଜପକ୍ଷେ ଶେଷରେ ଦମଦାର ୩୩ ରନର ଅପରାଜିତ ଇଂନିସ ଖେଳିଛନ୍ତି । ନିଶାଙ୍କା ୭ରନ, ଅଭିସାକା ଫର୍ଣ୍ଣାଣ୍ଡୋ ୪ରନ, ଓ୍ବାନିନ୍ଦୁ ହାସାରଙ୍ଗା ୪, ଦାସୁନ ସାନାକା ୧୨ ରନ କରି ଆଉଟ ହୋଇଛନ୍ତି । ଚାମିକା କରୁଣାରତ୍ନେ ୯ରନ କରି ଅପରାଜିତ ଅଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୪ ଓଭରରେ ୨୭ ରନ ଦେଇ ୨ ଓ୍ବିକେଟ ନେଇଥିବା ବେଳେ, ଜୋସ ହେଜେଲଉଡ ୪ ଓଭରରେ ୨୬, ପାଟ୍ କମିନ୍ସ ୪ ଓଭରରେ ୩୨ ରନ ୨ ଓ୍ବିକେଟ, ଗ୍ଳେନ୍ ମାକ୍ସଓ୍ବେଲ ୧ ଓଭରରେ ୧୬, ମାର୍କସ ଷ୍ଟୋଇନିସ୍ ୩ ଓଭରରେ ୩୫ ଏବଂ ଆଡାମ ଜାମ୍ପା ୪ ଓଭରରେ ୧୨ ରନ ଦେଇ ୨ଟି ଓ୍ବିକେଟ ନେଇଛନ୍ତି ।ସୂଚନା ଯେ, ଉଭୟ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ନିଜ ନିଜର ପ୍ରଥମ ମ୍ୟାଚ ଜିତିଛନ୍ତି ଓ ୨ ପଏଣ୍ଟ ଲେଖାଏଁ ପାଇଛନ୍ତି । । ଉଭୟ ଦଳ ୨ ପଏଣ୍ଟ ଲେଖାଏଁ ପାଇଥିଲେ ବି ନେଟ୍ ରନରେଟ ଭିତ୍ତିରେ ଶ୍ରୀଲଙ୍କା ଗ୍ରୁପ-୧ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି ଓ ଅଷ୍ଟ୍ରେଲିଆ ୩ୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ନିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫ ଓ୍ବିକେଟରେ ପରାସ୍ତ କରିଥିଲା । ସେହିପରି ଶ୍ରୀଲଙ୍କା ନିଜର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ୫ ଓ୍ବିକେଟରେ ପରାସ୍ତ କରିଥିଲା ।
