ଟି-୨୦ ବିଶ୍ୱକପ୍ : ଶ୍ରୀଲଙ୍କା ବିପକ୍ଷରେ ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି
ଦୁବାଇ : ଆଜି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଟି-୨୦ ବିଶ୍ୱକପ୍ ଗ୍ରୁପ-୧ର ଏକ ମ୍ୟାଚରେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଅଷ୍ଟ୍ରେଲିଆ ନିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୨ ପଏଣ୍ଟ ପାଇଛି । ଅନ୍ୟପକ୍ଷରେ ଶ୍ରୀଲଙ୍କା ମଧ୍ୟ ଗୋଟିଏ ମ୍ୟାଚ ଖେଳି ବିଜୟ ହାସଲ କରିଛି ଓ ୨ ପଏଣ୍ଟ ପାଇଛି ।
ଟସ ଜିତିବା ପରେ ଅଷ୍ଟ୍ରେଲିଆ ଅଧିନାୟକ ଆରନ ଫିଞ୍ଚ୍ କହିଛନ୍ତି ଯେ ଏହା ଏକ ଭଲ ପିଚ ବୋଲି ଜଣାପଡ଼ୁଛି । ଏଣୁ ଦଳ ପ୍ରଥମେ ବୋଲିଂ କରିବ ଓ ପଛରେ ବ୍ୟାଟିଂ କରି ଲକ୍ଷ୍ୟର ପିଛା କରିବ । ଆଜିର ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅନ୍ୟପକ୍ଷରେ ଶ୍ରୀଲଙ୍କା ଅଧିନାୟକ ଦାସୁନ ସନକା କହିଛନ୍ତି ଯେ ସେ ମଧ୍ୟ ଟସ ଜିତିଥିଲେ ବୋଲିଂ ନେଇଥାନ୍ତେ । ଶ୍ରୀଲଙ୍କା ଦଳରେ ଆଜି ଗୋଟିଏ ପରିବର୍ତ୍ତନ ହୋଇଛି । ଫର୍ଣ୍ଣାଣ୍ଡୋଙ୍କ ସ୍ଥାନରେ ଆଜି ମହେଶ ଥିକସନାଙ୍କୁ ଖେଳାଯାଉଛି ।
