ମାଈ ହାତୀର ମୃତଦେହ ଉଦ୍ଧାର
ସମ୍ବଲପୁର : ସମ୍ବଲପୁର ବନ ବିଭାଗ ଦ୍ୱାରା ଏକ ମାଈହାତୀର ମୃତଦେହ ଉଦ୍ଧାର । ବାମରା ଡିଭିଜନ କିସିଣ୍ଡା ଖଳାଶୁଣୀ ବନ୍ୟପ୍ରାଣୀ ରେଞ୍ଜ୍ର କୁଲାଡେରା ଜଙ୍ଗଲରେ ମୃତଦେହକୁ ଠାବ କରାଯାଇଛି । ଦୀର୍ଘ ଦିନ ହେବ ହାତୀଟି ଅସୁସ୍ଥ ହୋଇ ପଡିଥିଲା । ତେବେ ହାତୀଟି ଅଧିକ ବୟସ କାରଣରୁ ଅସୁସ୍ଥ ହେବା ପରେ ପଲରୁ ବାଦ ପଡି ଏକାକୀ ବୁଲୁଥିଲା । ଗୁରୁବାର ସକାଳେ ଏହାର ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ବନ ବିଭାଗ ପହଁଚି ତଦନ୍ତ ଆରମ୍ଭ କରିଛି ।
