ପାରାଦୀପରେ ଖଣି ଓ କୋଇଲା କ୍ୟାବିନେଟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ପାଟିଲ ଦାନଭେ
ପାରାଦୀପ : ପାରାଦୀପରେ ଖଣି ଓ କୋଇଲା କ୍ୟାବିନେଟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ପାଟିଲ ଦାନଭେ ପହଞ୍ଚିଛନ୍ତି। ଦୁଇ କେନ୍ଦ୍ରମନ୍ତ୍ରୀ ପାରାଦୀପ ବନ୍ଦରର ଆମଦାନି ଓ ରପ୍ତାନି ଯାନ୍ତ୍ରିକ କୋଇଲା ବର୍ଥ ପରିଦର୍ଶନ କରିବେ। ଦୁଇ କେନ୍ଦ୍ରମନ୍ତ୍ରୀ ଜଳପଥରେ ପାରାଦୀପ ବନ୍ଦର ପରିଦର୍ଶନ କରିବା ସହିତ ଆଗାମୀ ଦିନରେ ପାରାଦୀପ ବନ୍ଦରରେ କୋଇଲା ପରିବହନ କ୍ଷେତ୍ରରେ କିପରି ଅଗ୍ରଗାମୀ ହୋଇପାରିବ, ଏ ନେଇ ପାରାଦୀପ ବନ୍ଦର ପରିଦର୍ଶନ କରିବା ସହିତ ସମୀକ୍ଷା କରିବେ।
ପୂର୍ବ ଭାରତରେ ଥିବା ପ୍ରମୁଖ ବନ୍ଦରମାନଙ୍କ ମଧ୍ୟରେ ପଣ୍ୟ କାରବାର କ୍ଷେତ୍ରରେ ପାରାଦୀପ ବନ୍ଦର ପ୍ରମୁଖ ବନ୍ଦର ଭାବରେ ନିଜ ପରିଚୟ ସୃଷ୍ଟି କରିଛି। ଆଜି ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପାରାଦୀପ ଗସ୍ତ କାର୍ଯ୍ୟକ୍ରମରେ ସମଗ୍ର ବନ୍ଦରାଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ଆଜି ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ପାରାଦୀପ ବନ୍ଦର ଅଧ୍ୟକ୍ଷଙ୍କ ସହିତ ସମସ୍ତ ପଦାଧିକାରୀ, ପ୍ରଶାସନିକ ଅଧିକାରୀ ଓ ପାରାଦୀପ ବିଜେପିର ନେତୃବୃନ୍ଦ ସ୍ୱାଗତ କରିଛନ୍ତି।
