ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟର ସମନ
ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟରେ ବାବା ରାମଦେବଙ୍କ କରୋନିଲ ଓା÷ଷଧରେ ରୋକ୍ ଲଗାଇବା ଘଟଣାର ଶୁୁଣାଣୀ ପାଇଁ କୋର୍ଟ ରାମଦେବଙ୍କୁ ନୋଟିସ୍ କରିଛନ୍ତି । ଜଷ୍ଟିସ ଶ୍ରୀ ହରିଶଙ୍କରଙ୍କ ବେଂଚ ବାବା ରାମଦେବଙ୍କୁ ଚାରି ସପ୍ତାହରେ ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛଛି । ମାମଲାର ଶୁଣାଣି ଆଗାମୀ ଜାନୁଆରି ୨୦୨୨ରେ ହେବ ବୋଲି ଜଣାପଡିଛି । ରାମଦେବଙ୍କର ଏହି କେସ୍ରେ ଲଢୁଥିବା ଓକିଲ ରାଜିବ ନୟୋର କହିଛନ୍ତି ଯେ ରାମଦେବ ଏଲୋପାଥି ଓ ଚିକିତ୍ସା ପଦ୍ଧତିର ଉପହାସ ଉଡାଇଛନ୍ତି । କୋର୍ଟ କହିଛନ୍ତି ଯେ ଏହି ଘଟଣା ନିଶ୍ଚିତ ଭାବରେ ଶୁଣାଣି ଯୋଗ୍ୟ ଅଟେ । କୋର୍ଟ ନୟୋରଙ୍କୁ କହିଛନ୍ତି ଯେ ଆପଣ ଅଭିଯୁକ୍ତ ଘୋଡାଉଛନ୍ତି, ତେଣୁ ଆପଣ ତୁରନ୍ତ ଜବାବ ଦାଖଲ କରନ୍ତୁ । ଏହି ପରିପ୍ରେକ୍ଷୀରେ ନୟୋର କହିଛନ୍ତି କେସର ଶୁଣାଣି ପୁର୍ବରୁ କୌଣସି ମତାମତ ଦେବା ଅନୁଚିତ ।
ଦେଶରେ କୋଭିଡ-୧୯ ମହାମାରୀ କାଳରେ ଏଲୋପାଥି ଚିକିତ୍ସା ପଦ୍ଧତି ଓ ଔଷଧ ବିରୋଧରେ ଭୁଲ ସୂଚନା ପ୍ରଚାର କରିଥିବା ଅଭିଯୋଗରେ ଭାରତୀୟ ମେଡିକାଲ ଆସୋସିଏସନ ଏବଂ ଅନ୍ୟ ଡାକ୍ତର ସଂଘ ଦ୍ୱାରା ଆଗତ ମାମଲାକୁ ଭିତ୍ତି କରି ଦିଲ୍ଲୀ ହାଇକୋର୍ଟ ଆଜି (ବୁଧବାର) ବାବା ରାମଦେବଙ୍କୁ ସମନ ଜାରି କରିଛନ୍ତି। ଆଗତ ମାମଲା ଅମୂଳକ ନୁହେଁ ବୋଲି କହି ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସି ହରି ଶଙ୍କର ରାମଦେବଙ୍କୁ ଆଜି ସମନ ଜାରିକରିବା ସହ ଏହି ମାମଲାରେ ନିଜର ପକ୍ଷ ଦାଖଲ କରିବାକୁ ଚାରି ସପ୍ତାହର ସମୟ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରିକୁ ଧାର୍ଯ୍ୟ କରାଯାଇଛି।ଆଗତ ମାମଲାରେ ଡାକ୍ତରମାନେ ଅଭିଯୋଗ କରିଛନ୍ତି ଯେ ରାମଦେବ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି ଏବଂ ଏଲୋପାଥି ଚିକିତ୍ସା ପଦ୍ଧତିକୁ ଭୁଲ ଭାବରେ ଉପସ୍ଥାପନ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଯୋଗଗୁରୁ ବାବା ରାମଦେବ ଏକ ବିବାଦୀୟ ବୟାନ ଜାରି କରି କହିଥିଲେ ଯେ କୋଭିଡ୍-୧୯ ଦ୍ୱାରା ସଂକ୍ରମିତ ଅନେକ ଲୋକଙ୍କ ମୃତ୍ୟୁ ପାଇଁ ଏଲୋପାଥି ଦାୟୀ ଏବଂ ଏଲୋପାଥିକ୍ ଡାକ୍ତରମାନେ ରୋଗୀଙ୍କ ମୃତ୍ୟୁ ଘଟାଇଛନ୍ତି ବୋଲି ସେ କହିଥିଲେ। ଏଥିସହ ଏଲୋପାଥି ଚିକିତ୍ସାରେ ନୁହେଁ ବରଂ କେବଳ ଏକ ଇମ୍ୟୁନୋ-ବୁଷ୍ଟର ଦ୍ୱାରା ହିଁ କେବଳ ଏହାର ଚିକିତ୍ସା କରାଯାଇ ପାରିବ। କେବଳ ମାତ୍ର ଏଲୋପାଥିକ୍ ଚିକିତ୍ସା ନୁହେଁ ବରଂ କୋଭିଡ୍ ଟିକାଗୁଡ଼ିକର ସୁରକ୍ଷା ଏବଂ କାର୍ଯ୍ୟକାରିତା ବିଷୟରେ ମଧ୍ୟ ପ୍ରଶ୍ନ ଉଠାଇବା ସହ ଟିକାକୁ ନେଇ ସାଧାରଣ ଜନତାଙ୍କ ମନରେ ସନ୍ଦେହ ବୁଣିଥିଲେ। ଏହି ଆବେଦନରେ ଅଭିଯୋଗ କରାଯାଇଛି ଯେ ଭୁଲ ସୂଚନା ଅଭିଯାନ ରାମଦେବଙ୍କ ସଂସ୍ଥା ଦ୍ୱାରା ପ୍ରସ୍ତୁତ ଓ ବିକ୍ରି ହେଉଥିବା ଉତ୍ପାଦର ବିକ୍ରୟକୁ ଆଗକୁ ବଢାଇବା ପାଇଁ ଏକ ବିଜ୍ଞାପନ ଏବଂ ମାର୍କେଟିଂ ରଣନୀତି ବ୍ୟତୀତ ଆଉ କିଛି ନୁହେଁ, ଯେଉଁଥିରେ କୋରୋନିଲ ଅନ୍ତର୍ଭୁକ୍ତ। ଯାହାକୁ କୋଭିଡ୍ ୧୯ ପାଇଁ ଏକ ବିକଳ୍ପ ଚିକିତ୍ସା ବୋଲି ଯୋଗଗୁରୁ ବାବା ରାମଦେବ ଦାବି କରୁଥିଲେ।
