ସାବଧାନ୍ ଚୀନ୍, ଆସିଗଲା ଅଗ୍ନି-୫
- ଅବଦୁଲ୍ କାଲାମ ଦ୍ବୀପରୁ ଅଗ୍ନି-୫ର ସଫଳ ପରୀକ୍ଷଣ
ବାଲେଶ୍ୱର : ବାଲିଷ୍ଟିକ୍ ମିସାଇଲ୍ ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଛି । ଓଡ଼ିଶାର ଏପିଜେ ଅବଦୁଲ୍ କାଲାମ ଦ୍ୱୀପରୁ ଏହି କ୍ଷେପଣାସ୍ତ୍ରଣ ପରୀକ୍ଷା ସଫଳ ହୋଇଛି । ଏହି ମିସାଇଲ୍ ପରମାଣୁ ଯୁଦ୍ଧାସ୍ତ୍ରକୁ ବହନ କରିବା ସହ ଶତ୍ରୁ ଦେଶର ୫ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ । ଏଥିରେ ଷ୍ଟେଜ୍ ୩ ଇଞ୍ଜିନ୍ ବ୍ୟବହୃତ ହୋଇଥିବା ବେଳେ ଏହା ‘ନ୍ୟୁନତମ ବିଶ୍ୱସନୀୟ ପ୍ରତିରୋଧ’ ଜରିଆରେ ‘ପ୍ରଥମେ ବ୍ୟବହାର ନକରିବା’ ନୀତିରେ ପରିଚାଳିତ ହେବ ବୋଲି ପିଆଇବି ପକ୍ଷରୁ ସୂଚନା ଦିଆଯାଇଛି । ଭୂମିରୁ ଭୂମିକୁ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଥିବା ଅଗ୍ନି-୫ କ୍ଷେପଣାସ୍ତ୍ରର ଅକ୍ଟୋବର ୨୭, ୨୦୨୧ରେ ସନ୍ଧ୍ୟା ୭.୫୦ରେ ସଫଳ ପରୀକ୍ଷଣ କରାଯାଇଛି । ସଠିକତା ସହ ୫୦୦୦ କି.ମି ଲକ୍ଷ ଭେଦ କରିପାରୁଥିବା ଅଗ୍ନି-୫ର ରେଞ୍ଜରେ ଶତ୍ରୁ ଦେଶ ଚୀନ ଆସୁଛି । ସମଗ୍ର ଚୀନ ଅଗ୍ନି-୫ ରେଞ୍ଜରେ ଆସୁଥବା ବେଳେ ଏବେ ଶତ୍ରୁ ଦେଶର ଭୟ ଦୁଇଗୁଣିତ ହେବା ନିଶ୍ଚିତ ।
Surface to Surface Ballistic Missile, #Agni5, successfully launched from APJ Abdul Kalam Island
— PIB India (@PIB_India) October 27, 2021
Agni-5 is capable of striking targets at ranges up to 5,000 kilometers with a very high degree of accuracy
Read details: https://t.co/EOzFvgKvVU
ମିସାଇଲ୍ରଟି ସଂପୂର୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଏଥିରେ ୩ଟି ସ୍ତରରେ ଇନ୍ଧନ ଉପଲବ୍ଧ ଥିଲା । କ୍ଷେପଣାସ୍ତ୍ରଟିର ଲମ୍ବ ୧୭ ମିଟର, ମୋଟେଇ ୨ ମିଟର ଓ ଓଜନ ୫୦ ଟନ୍ ରହିଥିଲା। ସେକେଣ୍ଡ ପ୍ରତି ଏହାର ବେଗ ୪.୨ କିମି ଥିବା ବେଳେ ୧୨ ମିନିଟ୍ରେ ଏହା ଲକ୍ଷ୍ୟଭେଦ କରିପାରିଥିଲା । ତେଣୁ କ୍ଷେପଣାସ୍ତ୍ରଟି ଚାଇନା, ରୁଷିଆ, ମସ୍କୋ, ଆଥେନ୍ସ, କାଇରା, ତେହେରାନ, ବେଜିଂ, ହଂକଂ, ବ୍ୟାଙ୍କକ, ଜାକର୍ତ୍ତା ଓ ଟୋକିଓ ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ ବୋଲି ବିଭାଗୀୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସୂଚନା ଥାଉକି ଅଗ୍ନି-୫ ବାଲିଷ୍ଟିକ୍ ମିସାଇଲ୍ର ଏହା ହେଉଛି ଅଷ୍ଟମ ପରୀକ୍ଷା । ପ୍ରଥମ ପରୀକ୍ଷା ୧୯ ଏପ୍ରିଲ୍ ୨୦୧୨ରେ କରାଯାଇଥିଲା ।
