ଟି-୨୦ ବିଶ୍ୱକପ୍ : ବଂଲାଦେଶ ବିପକ୍ଷରେ ୮ ଓ୍ବିକେଟରେ ଜିତିଲା ଇଂଲଣ୍ଡ
ଆବୁଧାବି : ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ବୁଧବାର ଇଂଲଣ୍ଡ ଓ ବଂଲାଦେଶ ମୁହାଁମୁହିଁ ହୋଇଛନ୍ତି । ଏହି ମ୍ୟାଚରେ ଇଂଲଣ୍ଡ ବାଂଲାଦେଶକୁ ୮ ଓ୍ବିକେଟରେ ପରାସ୍ତ କରିଛି । ବାଂଲାଦେଶ ଦ୍ବାରା ରଖାଯାଇଥିବା ୧୨୫ ରନର ଲକ୍ଷ୍ୟକୁ ଇଂଲଣ୍ଡ ୧୪.୧ ଓଭରରେ ମାତ୍ର ୨ ଓ୍ବିକେଟ ହରାଇ ହାସଲ କରିନେଇଛି । ଜାନସ ରଏ ସର୍ବାଧିକ ୬୧ ରନ କରିଥିବାବେଳେ ବଟଲର ୧୮ ଓ ଡାଓ୍ବିଡ୍ ମଲାନ ୨୮ରନ କରିଥିଲେ ।
ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ଆରମ୍ଭରୁ ନିଜର ଦୁଇ ଓପନରଙ୍କୁ ହରାଇ ସଂକଟରେ ପଡ଼ିଥିଲା । ୩ୟ ସ୍ଥାନରେ ଆସିଥିବା ସାକିବୁଲ ହସନ ମଧ୍ୟ ମାତ୍ର ୪ ରନ କରି ଆଉଟ ହୋଇଥିଲେ । ତେବେ ମୁସ୍ତାଫିଜୁର ରହିମ ଓ ମହମ୍ମଦୁଲ୍ଲା କିଛି ସମୟ କ୍ରିଜରେ ତିଷ୍ଠି ରହି ସ୍କୋରକୁ ଆଗେଇ ନେଇଥିଲେ । ରହିମ ୨୯ ଓ ମହମ୍ମଦୁଲ୍ଲା ୧୯ ରନ କରିଥିଲେ । ଦଳର ନିମ୍ନଭାଗ ବ୍ୟାଟ୍ସମ୍ୟାନମାନେ କିଛି କିଛି ରନର ଯୋଗ ଦାନ ଦେଇ ଦଳୀୟ ସ୍କୋରକୁ ୧୨୪ରେ ପହଞ୍ଚାଇଥିଲେ । ଏହି ବିଶ୍ବକପରେ ଏପର୍ଯ୍ୟନ୍ତ ଇଂଲଣ୍ଡ ଦଳ ଗୋଟିଏ ମ୍ୟାଚ ଜିତି ୨ ପଏଣ୍ଟ ପାଇଛି । ମାତ୍ରା ବାଂଲାଦେଶ ଗୋଟିଏ ମ୍ୟାଚ ଖେଳି ସେଥିରେ ପରାଜିତ ହୋଇଛି । ଏଣୁ ଆଜି ମ୍ୟାଚକୁ ଜିତି ବାଂଲା ଦଳ ପଏଣ୍ଟ ଟେବୁଲରେ ନିଜର ଖାତା ଖୋଲିବାକୁ ଚେଷ୍ଟା କରିବ ।
