୩ ଦିନ ପରେ ଚିଲିକା ମଝିରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର
ପୁରୀ : ଚିଲିକା ମଝିରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ଫସି ରହିଥିବା ମତ୍ସ୍ୟଜୀବୀ । ଡଙ୍ଗାରେ ଚିଲିକାକୁ ମାଛ ମାରିବାକୁ ଯାଇଥିବାବେଳେ ୩ ଦିନ ହେଲା କଟକି ଦଳରେ ଫସିରହିଥିଲା ଡଙ୍ଗା । ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର ହୋଇଛନ୍ତି । ଏହି ମତ୍ସ୍ୟଜୀବୀମାନେ ଗଞ୍ଜାମ ଜିଲା ପଥରା ଗାଁର ବୋଲି ଜଣାପଡିଛି । ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଗଡ ଘିମୁନ୍ଦା ଜେଟିର ଚିଲିକା ନିକଟରୁ କିଛି ଦୂରରେ ଫସି ରହିଥିଲା ମତ୍ସ୍ୟଜୀବୀଙ୍କ ଏହି ଡଙ୍ଗା । ତେବେ ଖବର ପାଇ ଘଟଣାସ୍ଥଳରେ ମାଲୁଦ ଅଗ୍ନିଶମ ବିଭାଗର ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ।
ସୂଚନା ଯେ, ଚିଲିକା ମଝିରେ ତିନି ଦିନ ହେବ ଫସି ରହିଥିଲା ମତ୍ସ୍ୟଜୀବୀଙ୍କ ଡଙ୍ଗା । ମାଛ ମାରିବାକୁ ଯାଇ ଫସିଥିଲେ ଡଙ୍ଗା । କଟକି ଦଳ ଯୋଗୁଁ ଡଙ୍ଗାଟି ଚିଲିକାରେ ଫସି ରହିଥିଲା । ଡଙ୍ଗାରେ ଦୁଇ ଜଣ ମତ୍ସ୍ୟଜୀବୀ ଆଉ ଜଣେ ଛୋଟ ପିଲା ରହିଥିଲେ । ଫସିଥିବା ମତ୍ସ୍ୟଜୀବୀ ଗଞ୍ଜାମ ଜିଲା ପଥରା ଗାଁର ବୋଲି ଜଣାପଡିଛି । ଘଟଣାସ୍ଥଳରେ ମାଲୁଦ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ୍ ଗଡ ଘିମୁନ୍ଦା ଜେଟିର ଚିଲିକା ନିକଟରୁ କିଛି ଦୂର ଫସି ରହିଥିଲା । ତିନି ଜଣଙ୍କୁ ଉଦ୍ଧାର କରିବା ପାଇଁ ମାଲୁଦ ଅଗ୍ନିଶମ କେନ୍ଦ୍ରର ଦୁଇ ଅଗ୍ନିଶମ କର୍ମଚାରୀ ଚିଲିକା ଭିତରେ ପଶିଥିଲେ । ଦଉଡି ସାହାଯ୍ୟରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।
