ମଦଭାଟି ଆଗରେ ଗଣ୍ଡଗୋଳ, ଜଣେ ଗୁରୁତର
କଟକ : ମଦଭାଟି ଆଗରେ ଗଣ୍ଡଗୋଳ । ମଦ ପିଇବାକୁ କେନ୍ଦ୍ର କରି ୨ଜଣଙ୍କ ମଧ୍ୟରେ ଗଣ୍ଡଗୋଳ । ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ କେନ୍ଦ୍ରାପଡ଼ା ଅଞ୍ଚଳର ରାଜୁ ନାୟକ ବୋଲି ଜଣାପଡିଛି । କଟକ ଜିଲା ସାଲେପୁର ଥାନା ସମ୍ମୁଖରେ ଘଟିଛି ଘଟଣା ।
ସୂଚନା ଯେ, ରାଜୁ ଦୀର୍ଘଦିନ ହେବ ସାଲେପୁର ଥାନା ଲୁଣାହାର ଗାଁ କେନାଲ ବନ୍ଧରେ ରହି ଶ୍ରମିକ ଭାବେ କାମ କରିଆସୁଥିଲେ । ଆଜି ସେ ସକାଳୁ ଦେଶୀ ମଦ ଭାଟିକୁ ମଦ ପିଇବାକୁ ଯାଇଥିବା ବେଳେ ସାଲେପୁର ଥାନା କୋଳଣପୁର ଗାଁର କୁଶା ବେହେରାଙ୍କ ସହିତ ଝଗଡ଼ା ହୋଇଥିଲା। କୁଶା ବେହେରା ରାଗି ଯାଏ ଏକ କଟୁରିରେ ରାଜୁଙ୍କ ବେକକୁ ଚୋଟ ମାରିଥିଲେ। ରାଜୁ କଟୁରି ଚୋଟରେ ଗୁରୁତର ହୋଇପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସାଲେପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସାପାଇଁ କଟକ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
