ଟ୍ରେନ୍ ଲାଇନ୍ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
ଯାଜପୁର : ଯାଜପୁର ଜିଲା ହରିଦାସପୁର-ଧାନମଣ୍ଡଳ ରେଳ ଲାଇନ୍ର ଖୋସାଲିପୁର ରେଳ ଧାରଣା ନିକଟରୁ ଅଜଣା ଯୁବକଙ୍କ ମୃତଦେହ ଠାବ ହୋଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛନ୍ତି।
ସୂଚନା ଯେ, ବୁଧବାର ସକାଳ ସମୟରେ ସ୍ଥାନୀୟ ଲୋକେ ରେଳ ଧାରଣାରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖିଥିଲେ । ଏନେଇ ସ୍ଥାନୀୟ ଲୋକେ ଧାନମଣ୍ଡଳ ଫାଣ୍ଡି ପୋଲିସକୁ ଜଣାଇଥିଲେ । ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଜିଆର୍ପିକୁ ଘଟଣା ବାବଦରେ ଅବଗତ କରାଇଥିଲେ । ତେବେ ଏବେ ଯାଏଁ ଯୁବକଙ୍କ ପରିଚୟ ମିଳିପାରିନାହିଁ । ତେବେ ରେଳ ଧାରଣାକୁ ଯୁବକଙ୍କ ମୃତଦେହ କିପରି ଆସିଲା । ସେନେଇ ତନାଘନା ଜାରି ରହିଛି । ଟ୍ରେନ୍ରେ କଟି ମୃତ୍ୟୁ ହୋଇଛି ନା ମୃତ୍ୟୁ ପଛରେ ଆଉ କିଛି କାରଣ ଅଛି । ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।
