ସୋନାପୋଲି ଗ୍ରାମରେ ହାତୀପଲଙ୍କ ଉପଦ୍ରବ, ଏକର ଏକର ଧାନ ଫସଲ ନଷ୍ଟ
କନ୍ଧମାଳ : କନ୍ଧମାଳ ଜିଲା ରାଇକିଆ ବ୍ଳକ କରଡ଼ା ପଞ୍ଚାୟତରେ ସୋନାପୋଲି ଗ୍ରାମରେ ହାତୀପଲଙ୍କ ଉପଦ୍ରବ। ଏକର ଏକର ଧାନ ଫସଲ ନଷ୍ଟ। ୭ରୁ ୮ଟି ହାତୀ ପଲ ପଶି ୧୦ ରୁ ୧୨ ଏକରର ଧାନ ଫସଲକୁ ନଷ୍ଟ କରିଦେଇଛନ୍ତି ।
ଚଳିତ ବର୍ଷ ଅନେକଙ୍କ ଧାନ ଫସଲ ଭଲ ହୋଇଥିବା ବେଳେ ଆଉ କିଛି ଦିନ ପରେ ଧାନ କଟାଯାଇଥାନ୍ତା। ହେଲେ ହାତୀ ପଲ ବିଲରେ ପଶି ଫସଲ ସବୁ ନଷ୍ଟ କରିଦେଲେ । ଫଳରେ ଚାଷୀ ମହଲରେ ଚିନ୍ତା ବଢ଼ିଛି । ଗ୍ରାମର ନୟନି ପ୍ରଧାନ,ସାନ୍ତନୁ ପ୍ରଧାନ, ଜୟକୃଷ୍ଣ ପ୍ରଧାନ ଓ ଶଙ୍କର ପ୍ରଧାନଙ୍କ ବିଲରେ ଗତ ୩ ଦିନ ହେଲା ହାତୀପଲ କ୍ଷତିକରିଛନ୍ତି । ଆଉ ବନ ବିଭାଗ ଏ ଖବର ପାଇ ସ୍ଥିତି ଅନୁଧ୍ୟାନ କରି ଫେରିଥିବା ବେଳେ ଚାଷୀ କ୍ଷତିପୂରଣ ଦାବି କରିଛନ୍ତି ।
