ଭୁବନେଶ୍ୱର : ୧୪୯ ପଜିଟିଭ୍ ଓ ୨୫୭ ସୁସ୍ଥ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଂଚଳରୁ ମଙ୍ଗଳବାର ଦିନ ଆଉ ୧୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୯ ଜଣ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୧୧୦ ଜଣ ଲୋକାଲ ମାମଲା ରହିଛନ୍ତି । ସେହିପରି ଗତ ୨୪ ଘଂଟାରେ ଆଉ ୨୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବିଏମସି ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି ।
ଏଥିସହ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୭୫୯୧ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୧୧୩୨୨୧ ଜଣ ସୁସ୍ଥ ହୋଇଥିବା ବେଳେ ୩୩୦୦ ସକ୍ରିୟ ମାମଲା ରହିଛି । ସେହିପରି ମୃତକଙ୍କ ସଂଖ୍ୟା ୧୦୪୯ ରହିଛି ।
