୨୯ ନଭେମ୍ବରରୁ ୨୩ ଡିସେମ୍ବର ପର୍ଯ୍ୟନ୍ତ ସଂସଦର ଶୀତକାଳୀନ ଅଧିବେଶନ !
ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନର ଆସନ୍ତା ମାସ ୨୯ ନଭେମ୍ବରରୁ ୨୩ ଡିସେମ୍ବର ମଧ୍ୟରେ ହେବାର ସମ୍ଭାବନା ରହିଛି । ସଂସଦୀୟ କାର୍ଯ୍ୟ ମନ୍ତ୍ରାଳୟ ସହିତ ଯୋଡ଼ିଥିବା ସୂତ୍ର ଅନୁସାରେ ଶୀତକାଳୀନ ଅଧିବେଶନ ୨୯ ନଭେମ୍ବରରୁ ୨୩ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ କେତେକ ମହତ୍ୱପୂର୍ଣ୍ଣ ବିଧେୟକ ଆଗତ ହେବ ଏବଂ ସରକାର ଲମ୍ବା ବିଧେୟକ ମଧ୍ୟ ପାରିତ କରିବାର ପ୍ରୟାସ କରିବ ।
ତେବେ ଲୋକସଭା ସଚିବାଳୟ ସୂତ୍ର କହିଛି ଯେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ସଂସଦୀୟ ମାମଲାର ସମିତି(ସିସିପିଏ)ର ବୈଠକରେ ମଧ୍ୟ ଶୀତକାଳୀନ ଅଧିବେଶନ ତିଥିକୁ ଅନ୍ତିମ ରୂପରେ ଦିଆଯିବ ।
