ରାଜ୍ୟରେ ଆଉ ୪୯୭ କରୋନା ସଂକ୍ରମିତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୪୯୭ କରୋନା ସଂକ୍ରମିତ ସୁସ୍ଥ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୬ ହଜାର ୭୭୪ରେ ପହଂଚିଛି। ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସ୍ୱାସ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୪୩ ଜଣ ଥିବାବେଳେ କଟକରୁ ୧୭, ସମ୍ବଲପୁରରୁ ୧୬, ବାଲେଶ୍ୱରରୁ ୧୩, ମୟୂରଭଂଜରୁ ୧୨, ଯାଜପୁର, ସୁନ୍ଦରଗଡ଼ରୁ ୧୧-୧୧ ଜଣ, ଭଦ୍ରକ, ବଲାଙ୍ଗୀର ଓ କେନ୍ଦ୍ରାପଡ଼ାରୁ ୮ ଜଣ ଲେଖାଏଁ, ନବରଂଗପୁର ଓ ନୟାଗଡ଼ରୁ ୪-୪, ଅନୁଗୁଳ, ଗଂଜାମ, ବରଗଡ଼ ଓ କୋରାପୁଟରୁ ୨ ଜଣ ଲେଖାଏଁ, ଦେବଗଡ଼, କଳାହାଣ୍ଡି, କେନ୍ଦୁଝର, ମୟୂରଭଂଜରୁ ଜଣେ ଲେଖାଏଁ ଓ ରାଜ୍ୟ ପୁଲରୁ ୫୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
