ଶ୍ରୀଜୀଉଙ୍କ ବନକ ଲାଗି ନୀତି
ପୁରୀ : ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଛି । ଏଥି ପାଇଁ ଶ୍ରଦ୍ଧାଳୁଙ୍କ ଦର୍ଶନ ପ୍ରାୟ ୩ ଘଂଟା ବନ୍ଦ ରହିଥିଲା । ଅପରାହ୍ନ ୪ ଟାରୁ ରାତି ସାତଟା ମଧ୍ୟରେ ଶ୍ରୀଜୀଉଙ୍କ ଏହି ଗୁପ୍ତ ନୀତି ସମ୍ପନ୍ନ ହୋଇଛି । ପାଳିଆ ସେବାୟତ ଶ୍ରୀମୁଖ ସିଂହାର କରିଥିଲେ । ବନକଲାଗି ପରେ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା । ପରେ ଶ୍ରଦ୍ଧାଳୁ ମାନେ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ ।
