୧୦ ଗ୍ରାମ ବ୍ରାଉନସୁଗାର ସହ ଜଣେ ଗିରଫ
ଢେଙ୍କାନାଳ : ଢେଙ୍କାନାଳ ଜିଲା କାମାକ୍ଷାନଗରରୁ ଧରାପଡିଲା ଧଳା ଜହର । ୧୦ ଗ୍ରାମ ବ୍ରାଉନସୁଗାର ସହ ଜଣକୁ ଉଠାଇନେଲା ଢେଙ୍କାନାଳ ଅବକାରୀ ସ୍ପେଶାଲ ସ୍କ୍ବାଡ୍ । ଗିରଫ ବେପାରୀ ଜଣକ ହେଲେ କାମାକ୍ଷାନଗର ଗୋଡିସାହିର ଦେବେନ୍ଦ୍ର ପାତ୍ର ।
ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବା ବୋଲି ସୂଚନା ମିଳିଛି । ତେବେ ଏହି କାରବାରର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାର ଛାନଭିନ୍ ଜାରି ରଖିଛି ଅବକାରୀ ବିଭାଗ ।
