ଗୋଆରେ ବହୁ ଦୁର୍ନୀତି ହୋଇଛି : ରାଜ୍ୟପାଳ ସତ୍ୟପାଲ ମଲିକ
ନୂଆଦିଲ୍ଲୀ : ଗୋଆରେ ବହୁ ଦୁର୍ନୀତି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପ୍ରତି ଧ୍ୟାନ ଦେବା ଉଚିତ୍ । ଗଣମାଧ୍ୟମର ସ୍ୱତନ୍ତ୍ର ସାକ୍ଷାତକାରରେ ଏଭଳି ସାଂଘାତିକ ଅଭିଯୋଗ ଆଣିଲେ ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ।
ଏନେଇ ସେ କହିଛନ୍ତି ଯେ, ଗୋଆରେ ବିଜେପି ସରକାର କୋଭିଡରେ ସଠିକ ଭାବେ ମୁକାବିଲା କରିପାରି ନାହିଁ । ମୁଁ ମୋର ନିଷ୍ପତ୍ତିରେ ଅଟଳ ଅଛି । ଗୋଆ ସରକାର ଯାହା ବି କରିଛନ୍ତି ସେ ସବୁରେ ଦ୍ୱନ୍ଦ୍ୱ ରହିଛି । ଗୋଆ ସରକାର ଯାହା ବି କିଛି କରିଛନ୍ତି ସେସବୁ ଦୁର୍ନୀତିଗ୍ରସ୍ତ । ଗୋଆ ସରକାରଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗ ହେତୁ ମୋତେ ବରଖାସ୍ତ କରାଯାଇଥିଲା । ମୁଁ ଜଣେ ଲୋହିଆୱାଡି, ମୁଁ ଚରଣ ସିଂଙ୍କ ସହ ବହୁତ ସମୟ ଅତିବାହିତ କରିଛି । ମୁଁ ଦୁର୍ନୀତିକୁ ସହ୍ୟ କରିପାରିବି ନାହିଁ । ସେ କହିଛନ୍ତି, “ଗୋଆ ସରକାର ଦ୍ୱାରା କରାଯାଇଥିବା ରାସନ ବଣ୍ଟନ ବଣ୍ଟନ ଯୋଜନା ଥିଲା ଅବ୍ୟବହାରିକ । ଗୋଟିଏ କମ୍ପାନୀର ନିର୍ଦ୍ଦେଶରେ ସରକାର ଚାଲୁଛନ୍ତି । ମୋତେ କଂଗ୍ରେସ ସମେତ ଅନେକ ଲୋକ ଅନୁସନ୍ଧାନ କରିବାକୁ କହିଥିଲେ । ମୁଁ ଏହି ଘଟଣାର ଅନୁସନ୍ଧାନ କରି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଲି । ମଲିକ ଆହୁରି କହିଛନ୍ତି, ‘ଏହା ତାଙ୍କ ଦୋଷ ବୋଲି ସେ ବିଶ୍ୱାସ କରିବେ ନାହିଁ । ବିମାନବନ୍ଦର ନିକଟରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଖଣି ଖନନ ପାଇଁ ଟ୍ରକର ବିପୁଳ ବ୍ୟବହାର କରାଯାଉଛି । କୋଭିଡକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରିବାକୁ ମୁଁ ସରକାରଙ୍କୁ କହିଥିଲି । କିନ୍ତୁ ସରକାର ଏଥିରେ ରାଜି ହୋଇନଥିଲେ ଏବଂ ପରେ ଏହା କୋଭିଡର ହଟସ୍ପଟରେ ପରିଣତ ହୋଇଥିଲା । ଆଜି ଦେଶରେ ଲୋକମାନେ ସତ କହିବାକୁ ଭୟ କରୁଛନ୍ତି । ସେହିପରି ସରକାର ବିଦ୍ୟମାନ ରାଜ୍ୟ ଭବନକୁ ଭାଙ୍ଗି ଏକ ନୂତନ ନିର୍ମାଣ କରିବାକୁ ଚାହୁଁଛନ୍ତି, କିନ୍ତୁ ଏହାର କୌଣସି ଆବଶ୍ୟକତା ନାହିଁ । ସରକାର ଆର୍ଥିକ ଚାପରେ ଥିବାବେଳେ ଏହା ପ୍ରସ୍ତାବ ଦିଆଯାଇଥିଲା ।
