ଦିଲ୍ଲୀର ପୁରୁଣା ସୀମାପୁରୀରେ ଅଗ୍ନିକାଣ୍ଡ, ୪ ମୃତ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳରେ ଅଭାବନୀୟ ଘଟଣା । ଏଠାରେ ଥିବା ଏକ ୩ ମହଲା କୋଠାରେ ନିଆଁ ଲାଗିଯିବା କାରଣରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଭୋର ସମୟରେ ଏପରି ଘଟଣା ଘଟିବା ଜଣାପଡିଛି । ଖବର ପାଇ ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ତେବେ ଅଗ୍ନିକାଣ୍ଡର କାରଣ କଣ ତାହା ଏଯାଏଁ ଅସ୍ପଷ୍ଟ ରହିଛି ।
Four person found dead after a fire broke out at top floor of three-storey building in Old Seemapuri area early in the morning: Delhi Police pic.twitter.com/vdmJ7UWlQG
— ANI (@ANI) October 26, 2021
ମଙ୍ଗଳବାର ସକାଳେ ଏକ ତିନି ମହଲା କୋଠାରେ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ ଖବର ମିଳିଛି। ତେବେ ଅଗ୍ନିକାଣ୍ଡ କିପରି ଘଟିଛି ତାହା ଏପର୍ୟ୍ୟନ୍ତ ଜଣା ପଡିନାହିଁ। ବିଲ୍ଡିଂର ତୃତୀୟ ମହଲା କୋଠରୀରୁ ସମସ୍ତ ମୃତଦେହ ଜବତ କରିଥିବା ପୁଲିସ କହିଛି। ଦିଲ୍ଲୀ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ମଙ୍ଗଳବାର ଭୋର ୪ଟା ସମୟରେ ନିଆଁ ଲାଗିବା ନେଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୁଲିସ ଓ ଅନ୍ୟ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଘରର ତୃତୀୟ ମହଲାର ଏକ କୋଠରୀରେ ସମୁଦାୟ ଚାରିଟି ମୃତଦେହ ମିଳିଥିଲା। ସମସ୍ତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
