ସୋସିଆଲ ମିଡିଆରେ ଏପରି ଭାବେ କରୱା ଚୌଥର ଅଭିନନ୍ଦନ ଜଣାଇଲେ ଉର୍ବଶୀ, ଭାଇରଲ ହେବାରେ ଲାଗିଛି ଭିଡିଓ
ମୁମ୍ବାଇ : ବିକିନି ପିନ୍ଧି କରୱା ଚୌଥର ଅଭିନନ୍ଦନ ଜଣାଇଲେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା । ଏନେଇ ଉର୍ବଶୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଭିଡିଓ ସେୟାର କରି ଉର୍ବଶୀ ମହିଳାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଯାହା ଖୁବ ଭାଇରଲ ହେବାରେ ଲାଗିଛି ।
ଉର୍ବଶୀ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ବିଶେଷ ଢଙ୍ଗରେ କରୱା ଚୌଥର ଅଭିନନ୍ଦନ ଜଣାଇଛନ୍ତି। ସେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ସମୁଦ୍ର କୂଳରେ ଗ୍ଲାମରସ୍ ଅବତାରରେ ନଜର ଆସିଛନ୍ତି। ଉର୍ବଶୀ ଏହି ଭିଡିଓରେ ଏକ ବେବି ପିଙ୍କ୍ କଲର୍ ବିକିନି ପିନ୍ଧିଛନ୍ତି ଏବଂ ଏହା ସହିତ ସେ ହାଟ୍ ଲଗାଇଛନ୍ତିଏହି ସମୟରେ ତାଙ୍କ ଷ୍ଟାଇଲିଷ୍ଟ ତାଙ୍କ ପୋଷାକ ଠିକ୍ କରୁଛନ୍ତି। ଭିଡିଓ ପୋଷ୍ଟ କରି ଉର୍ବଶୀ କ୍ୟାପସନରେ ଲେଖିଛନ୍ତି, ‘ହାପି କରୱା ଚୌଥ ୨୦୨୧।’ ତାଙ୍କର ଏହି ଭିଡିଓକୁ ପ୍ରଶଂସକ ଖୁବ୍ ପସନ୍ଦ କରୁଛନ୍ତି। ଭିଡିଓରେ ଅନେକ କମେଣ୍ଟ ମଧ୍ୟ ଆସୁଛି। ଭିଡିଓରେ ଉର୍ବଶୀ ବହୁତ ସୁନ୍ଦର ଦେଖାଯାଉଛି। ତାଙ୍କ ମେକଅପ୍ ତାଙ୍କ ପୋଷାକ ସହିତ ପରଫେକ୍ଟ ଦେଖାଯାଉଛି।
