ବ୍ଲାକ୍ ଫଙ୍ଗସ ଆତଙ୍କ : ପତ୍ନୀଙ୍କ ମୃତ୍ୟୁ ପରେ ସ୍ୱାମୀ ଓ ୫ ପିଲା ଆତ୍ମହତ୍ୟା
କର୍ଣ୍ଣାଟକ : କରୋନା କାଳରେ ବ୍ଲାକ୍ ଫଙ୍ଗସ ଆତଙ୍କ ବଢ଼ିବାରେ ଲାଗିଛି । ବ୍ଲାକ ଫଙ୍ଗସରେ ପତ୍ନୀଙ୍କ ମୃତ୍ୟୁ ହେବା ଦୁଃଖରେ ଭାଙ୍ଗି ପଡ଼ିଥିବା ଜଣେ ଅବସରପ୍ରାପ୍ତ ସୈନିକ ଏବଂ ପାଞ୍ଚ ପିଲା ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ଜିଲାର ହୁକେରୀ ତାଲୁକର ଏକ ଗାଁରୁ ଆସିଛି । ଶନିବାର ପୋଲିସ ଏହି ସୂଚନା ଦେଇଛି ।
ଇଂନି ପୋଲିସ କହିଛି ଯେ, ୪୬ ବର୍ଷୀୟ ଗୋପାଳ ହାଡିମାନି ଏବଂ ତାଙ୍କର ଚାରି ସନ୍ତାନ- ସୋମିଆ, ଶ୍ୱେତା, ସାକ୍ସି ଏବଂ ଶ୍ରୀଜନ ଶୁକ୍ରବାର ରାତିରେ ବିଷ ପିଇ ଜୀବନ ହାରିଛନ୍ତି । ପଡୋଶୀମାନେ ସକାଳେ ଘରର କୌଣସି ସଦସ୍ୟକୁ ଦେଖିବାକୁ ନପାଇ ସନ୍ଦେହ କରିବା ପରେ ପୋଲିସକୁ ସୂଚନା ଦେଇଥିଲେ । ପରେ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ସମ୍ପର୍କୀୟଙ୍କୁ କହିଥିଲେ । ସେହିପରି ସମ୍ପର୍କୀୟମାନେ କହିଛନ୍ତି ଯେ ଜୁଲାଇରେ କୋଭିଡ-୧୯ ପରେ ହାଡିମାନୀଙ୍କ ପତ୍ନୀ ବ୍ଲାକ ଫଙ୍ଗସରେ ସଂକ୍ରମିତ ହୋଇଥିଲେ । ଯାହାଫଳରେ ତାଙ୍କ ମୃତ୍ୟୁ ହୋଇଥିଲା । ସେ କହିଛନ୍ତି ଯେ ଏହା ଗୋପାଳଙ୍କୁ ବହୁତ ଦୁଃଖ ଦେଇଥିଲା ଏହି ଘଟଣା । ଜଣେ ସମ୍ପର୍କୀୟ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଏବଂ ତାଙ୍କ ପିଲାମାନେ ପ୍ରାୟତ ତାଙ୍କ ପତ୍ନୀଙ୍କୁ ଝୁରୁଥିଲେ । ଏମିତେ ଭାବେ ସେମାନେ ଏପରି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି ।
