୩ ମାସର ଶିଶୁ କନ୍ୟାକୁ ପାଣିରେ ବୁଡ଼ାଇ ହତ୍ୟା କଲା ମା’
ଉଜୈନ : ଉଜୈନରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ୩ ମାସର ଶିଶୁ କନ୍ୟାକୁ ପାଣିରେ ବୁଡ଼ାଇ ନିର୍ମମ ଭାବେ ହତ୍ୟା କଲା ମା’ । ୩ ମାସର ଶିଶୁକୁ ନିର୍ମମ ଭାବେ କରିଦେଲା ହତ୍ୟା । ମା’ ନିଜର ଝିଅକୁ ହତ୍ୟା କରିବାକୁ ଗୁଗୁଲରୁ ଖୋଜି ବାହାର କରିଥିଲା ତରିକା । ତେବେ ପୋଲିସ ହାତରେ ଧରାପଡିଛି ସେ ରାକ୍ଷସୀ ମାଆ । ଏହି ଘଟଣା ଉଜୈନର ଖାଚରୋଦ ଅଞ୍ଚଳର । ଏଠାରେ ରହୁଥିବା ଭାଟେୱାରା ପରିବାରର ତିନି ମାସର ଝିଅର ମୃତଦେହ ଏକ ପାଣି ଟାଙ୍କିରୁ ଉଦ୍ଧାର ହୋଇଥିଲା । ତେବେ ମୃତଦେହ ଉଦ୍ଧାର ପରେ ଝିଅଟିର ମା ଉପରେ ସନ୍ଦେହ ଥିଲା ଯାହାକି ପରବର୍ତ୍ତୀ ସମୟରେ ସତ ସାବ୍ୟସ୍ତ ହୋଇଥିଲା ।
ସୂଚନା ଯେ, ଗତ ଅକ୍ଟୋବର ୧୨ରେ ଘଟିଥିବା ୩ ମାସର ଝିଅକୁ ହତ୍ୟା କରିଥିବା ସମ୍ବେଦନଶୀଳ ହତ୍ୟା ମାମଲାରେ ପ୍ରମାଣ ଆଧାରରେ ପୋଲିସ ମାଆକୁ ଗିରଫ କରିଛି । ବିଶେଷ କଥା ହେଉଛି ହତ୍ୟା ପୂର୍ବରୁ ମା ’ଗୁଗୁଲରେ ସର୍ଚ୍ଚ କରିଥିଲା ଝିଅଟିକୁ କିପରି ହତ୍ୟା କରିବ । ଶେଷରେ, ଅକ୍ଟୋବର ୧୨ରେ, ମାଆ ଝିଅଟିକୁ ହତ୍ୟା କରିଥିଲା । ସୋସିଆଲ ମିଡିଆରେ ପିଲାମାନଙ୍କୁ ହତ୍ୟା କରିବାର ଉପାୟ ଜଣାପଡିବା ପରେ ପୋଲିସ ମାଆକୁ ଗିରଫ କରିଥିଲା । ତେବେ ଏହାପୂର୍ବରୁ ସ୍ୱାମୀ ଅର୍ପିତ, ଶାଶୁ ଅନୀତା ଏବଂ ଶ୍ୱଶୁର ସୁଭାଷ ଭଟେୱାରା ଅଭିଯୁକ୍ତ ମାଆ ଉପରେ ହତ୍ୟା ସନ୍ଦେହ କରିଥିଲେ । ଅନ୍ୟପକ୍ଷରେ ଅକ୍ଟୋବର ୧୨ଦିନ ଅପରାହ୍ନରେ, ଖାଚରୋଦର ଷ୍ଟେସନ ରୋଡରେ ରହୁଥିବା ଅର୍ପିତଙ୍କ ପିତା ସୁଭାଷ ଚାନ୍ଦ ଭଟଭାରାଙ୍କ ତିନି ମାସର ନାତୁଣୀ ନିଖୋଜ ନେଇ ଏତଲା ଦେଇଥିଲେ । ଖୋଜାଖୋଜିରେ ଘରର ତୃତୀୟ ମହଲାରେ ଥିବା ପାଣି ଟାଙ୍କିରେ ଶିଶୁ କନ୍ୟାର ମୃତଦେହ ମିଳିଥିଲା । ଏହି ବିଷୟକୁ ଅତି ନିକଟରୁ ଅନୁଧ୍ୟାନ କରିବା ପରେ ଜାଣିବାକୁ ପାଇଲେ ଯେ ଶିଶୁ କନ୍ୟାକୁ ତାଙ୍କ ମା ପାଣି ଟାଙ୍କିରେ ଫିଙ୍ଗି ଦେଇଛନ୍ତି ।
