ଭାରତ ବିପକ୍ଷ ମ୍ୟାଚରେ ପୂର୍ବ ପରମ୍ପରାକୁ ଭାଙ୍ଗିବା : ବାବର ଆଜମ
Pakistan cricket T20 captain Babar Azam addresses a press conference in Lahore on October 25, 2019. - Newly-installed Pakistan captain Babar Azam admitted his team will face a stern test during next month's tour of Australia, but vowed his players will go for victory. (Photo by ARIF ALI / AFP)
ଦୁବାଇ : ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି । ବିଶ୍ୱ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି। ଅକ୍ଟୋବର ୨୪ରେ ଖେଳାଯିବାକୁ ଥିବା ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ ଉତ୍କଣ୍ଠା ବଢୁଥିବାବେଳେ ବିଜୟ ନେଇ ଦୁଇ ଦଳର ଅଧିନାୟକ ଆଶାବାଦୀ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ଅଧିନାୟକ ବାବର ଆଜମ ଭାରତ ବିପକ୍ଷ ମ୍ୟାଚକୁ ନେଇ କହିଛନ୍ତି ଯେ, ୟୁଏଇରେ ପାକିସ୍ତାନ ଶେଷ ୧୦ଟି ଟି-୨୦ ମ୍ୟାଚରେ ବିଜୟୀ ହୋଇଛି। ୟୁଏଇ ପରିବେଶ ଓ ପିଚ୍ ସହିତ ପାକିସ୍ତାନ ବାଦ୍ ଅନ୍ୟ କୌଣସି ଦେଶ ଏତେ ପରିଚିତ ନଥିବ। ଭାରତ ବିପକ୍ଷ ମ୍ୟାଚରେ ଆମେ ପୂର୍ବ ପରମ୍ପରାକୁ ଭାଙ୍ଗିବା ନେଇ ଆଶାବାଦୀ ବୋଲି ଆଜାମ କହିଛନ୍ତି।
ବିଶ୍ବକପରେ କେବେ ପାକିସ୍ତାନ ଭାରତକୁ ହରାଇନାହିଁ। ୟୁଏଇରେ ଆମେ ଏକାଧିକ କ୍ରିକେଟ ଖେଳିଛୁ। ୨୦୦୯ରେ ଲାହୋରରେ ଶ୍ରୀଲଙ୍କା କ୍ରିକେଟ ଦଳ ଉପରକୁ ଆତଙ୍କବାଦୀ ଆକ୍ରମଣ ପରେ ୟୁଏଇ ପାକିସ୍ତାନ କ୍ରିକେଟର ଘରୋଇ ଗ୍ରାଉଣ୍ଡରେ ପରିଣତ ହୋଇଛି। ଇଂଲଣ୍ଡ ଓ ଭାରତ ପରେ ବର୍ତ୍ତମାନ ଆଇସିସି ଟି-୨୦ ମାନ୍ୟତାରେ ପାକିସ୍ତାନ ତୃତୀୟ ସ୍ଥାନରେ ରହିଛି। ଟି-୨୦ ବିଶ୍ବକପ ଲାଗି ଗ୍ରୁପରେ ପାକିସ୍ତାନ ସମେତ ଭାରତ, ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ଏବେସୁଦ୍ଧା ରହିଛନ୍ତି। ଅନ୍ୟ ଦୁଇ ଦଳ ଯୋଗ୍ୟତା ପର୍ଯ୍ୟାୟରୁ ଯୋଗ୍ୟତା ଅର୍ଜନ କରିବେ। ଭାରତ ବିପକ୍ଷରେ ଟି-୨୦ ବିଶ୍ବକପ ୦-୫ ରେକର୍ଡ ରହିିଛି । ଚଳିତ ଥର ଏହି ପରମ୍ପରାକୁ ଭାଙ୍ଗିବା ନେଇ ଦୃଢ ଆଶାବାଦୀ ବୋଲି ଆଜାମ୍ କହିଛନ୍ତି।
