କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କ ପୂଜା ଲାଗି ସମର୍ପିତ : ମାନନ୍ତୁ ଏହି ୭ଟି ମୁଖ୍ୟ ନିୟମ, ମନସ୍କାମନା ପୂରଣ ସହ ମିଳିବ ସଫଳତା
ଧର୍ମମାସ କାର୍ତ୍ତିକ ଆରମ୍ଭ ହୋଇଛି । ହିନ୍ଦୁ ଶାସ୍ତ୍ରରେ ଏହି ମାସଟି ଖୁବ୍ ଗୁରୁତ୍ବପୂର୍ଣ୍ଣ। ଆରୋଗ୍ୟ ପ୍ରାପ୍ତି ଏବଂ ସ୍ବାସ୍ଥ୍ୟର ସୁରକ୍ଷା ଲାଗି ଏହି ମାସରେ ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ ଗଙ୍ଗା, ଯମୁନା, ଗୋଦାବରୀ, କାବେରୀ ଆଦି ପବିତ୍ର ନଦୀରେ ସ୍ନାନ କରିବାକୁ ଗୁରୁତ୍ୱ ରହିଛି । ସ୍ନାନ ପରେ ବିଧି ମୁତାବକ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କ ପୂଜା କରନ୍ତୁ । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କ ପୂଜା ଲାଗି ସମର୍ପିତ । ସେ ବୃନ୍ଦା ବା ତୁଳସୀଙ୍କ ହୃଦୟରେ ଶାଳଗ୍ରାମ ରୂପେ ଅବସ୍ଥାନ କରନ୍ତି । ତେଣୁ ଏହି ମାସରେ ସକାଳ ଓ ସନ୍ଧ୍ୟାରେ ତୁଳସୀ ମୂଳରେ ଶୁଦ୍ଧ ଘିଅର ଦୀପ ଜଳାଇ ପୂଜା କରନ୍ତୁ ଏବଂ ଭଗବାନଙ୍କୁ ଭୋଗ ଲଗାଇବା ବେଳେ ସେଥିରେ ତୁଳସୀ ପତ୍ର ନିଶ୍ଚୟ ଅର୍ପଣ କରିବେ। ପବିତ୍ର ଏବଂ ଧର୍ମମାସ କାର୍ତ୍ତିକରେ ନିଜର ପବିତ୍ରତା ରକ୍ଷା ସହିତ ଆଚରଣର ଶୁଦ୍ଧତା ପ୍ରତି ଧ୍ୟାନ ଦିଅନ୍ତୁ।
କାର୍ତ୍ତିକ ମାସକୁ ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ମାସ ମଧ୍ୟରେ ମାନା ଯାଏ । ହିନ୍ଦୁ ଧର୍ମରେ କୁହାଯାଇଛି କି ଏହି ମାସଟି ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ଅଟେ। ଏହି ମାସକୁ ଅଧିକ ପୂଜନୀୟ ମନା ଯାଇଥାଏ। ଶାସ୍ତ୍ର ଅନୁସାରେ ଏହି ସମୟରେ ବ୍ରତ, ତପ ଆଦି କରିବା ଦ୍ୱାରା ଜୀବନରେ ସବୁ ସମସ୍ୟା ଦୂର ହୋଇଥାଏ ଏବଂ ଘରେ ସୁଖ ଶାନ୍ତି ଭରି ରହିବ। କୁହାଯାଏ କି ଭଗବାନ ଶ୍ରୀ ହରି ବ୍ରହ୍ମାଙ୍କୁ , ବ୍ରହ୍ମା ନାରଦଙ୍କୁ ଏବଂ ନାରଦ ମହାରାଜା ପୃଥୁଙ୍କୁ ଏହି ମାସର ମହାନତା ବିଷୟରେ କହିଥିଲେ। ଏହାସହିତ ଏହି ମାସରେ ୭ଟି ମୁଖ୍ୟ ନିୟମ ରହିଛି। ଯାହାକୁ ପାଳନ କରିବା ଦ୍ୱାରା ମନସ୍କାମନା ପୂରଣ ହେବ ସହ ସଫଳତା ମଧ୍ୟ ମିଳିବ। ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ।
ପ୍ରଥମ ନିୟମ :-
ଶ୍ରୀ ହରିଙ୍କ ତୁଳସୀ ଅତିପ୍ରୀତି ହେବାଦ୍ବାରା ଏହି ମାସରେ ତୁଳସୀ ପୂଜାକୁ ଅଧିକ ମହତ୍ୱ ଦିଆଯାଇଥାଏ। କହିବାକୁ ଗଲେ ତୁଳସୀ ମାତାଙ୍କର ସର୍ବଦା ପୂଜା କରିବା ଉଚିତ। ଏହି ମାସରେ ତାଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ କୃପା ମିଳିଥାଏ।
ଦ୍ଵିତୀୟ ନିୟମ :-
କାର୍ତ୍ତିକ ମାସର ଦ୍ଵିତୀୟ ଏବଂ ସବୁଠାରୁ ପବିତ୍ର ନିୟମ ଦୀପଦାନକୁ ମାନା ଯାଇଥାଏ। ଏହି ସମ୍ପୂର୍ଣ୍ଣ ମାସରେ ନଦୀ, ପୋଖରୀ ଆଦିରେ ଦୀପ ଦାନ କରିବା ଉଚିତ। ଏହାଦ୍ବାରା ଘରେ ଉପସ୍ଥିତ ଥିବା ନକାରାତ୍ମକ ବାତାବରଣ ଦୂର ହୋଇ ଯାଏ ଏବଂ ଜୀବନକୁ ସୁଖର ଆଗମନ ହୋଇଥାଏ।
ତୃତୀୟ ଦିନ :-
ଶାସ୍ତ୍ର ଅନୁସାରେ ଏହି ମାସରେ ବିଛଣା ଅପେକ୍ଷା ଭୂମିରେ ଶୋଇବା ଆବଶ୍ୟକ। ମାନା ଯାଇଥାଏ କି ଏହି ମାସରେ ଭୂମି ଉପରେ ଶୋଇବା ଦ୍ବାରା ବ୍ୟକ୍ତିର ମନ ଶୁଦ୍ଧ ହୋଇଥାଏ। ବ୍ୟକ୍ତିର ଅନ୍ତରରୁ ନକାରାତ୍ମକ ଭାବନା ଦୂର ହୋଇ ସକାରାତ୍ମକ ବିଚାର ପ୍ରବେଶ କରିବ।
ଚତୁର୍ଥ ନିୟମ :-
ମାନ୍ୟତା ରହିଛି କି ଏହି ମାସରେ ଶରୀରରେ ତେଲ ଲଗାଇବା ଉଚିତ ନୁହେଁ । ଯଦି କେହି ଶରୀରରେ ତେଲ ଲଗାଇବା ପାଇଁ ଚାହୁଁଥାନ୍ତି ତାହେଲେ କେବଳ ନରକ ଚତୁର୍ଦ୍ଦଶୀ ( କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଲଗାଇ ପାରିବେ।
ପଞ୍ଚମ ନିୟମ :-
ଏହି ମାସ ସାରା ମୁଗ, ଉଡଦ, ମସୁର, ଚଣା, ମଟର ଆଦି ସେବନ କରିବା ଉଚିତ ନୁହେଁ। ଏହାଛଡା ବ୍ୟକ୍ତିକୁ ମାଂସ, ମଦିରା ଆଦିରୁ ଦୂରେଇ ରହିବା ଆବଶ୍ୟକ।
ଷଷ୍ଠ ନିୟମ :-
ଯେଉଁ ଲୋକ ଏହି ମାସରେ ବ୍ରତ ରଖିଥାନ୍ତି, ସେମାନେ ନିଜ ଜୀବନରେ ତପସ୍ୱୀ ଭଳି ଜୀବନ ଅତିବାହିତ କରିବା ପାଇଁ ଚାହିଁଥାନ୍ତି। ଏହାସହିତ କମ କଥା କହିବା, ଅନ୍ୟମାନଙ୍କ କଥା ଶୁଣିବା, ଝଗଡ଼ା ଆଦି ନକରିବା, କାହା ବିଷୟରେ ଖରାପ ନକହିବା ଭଳି ନିୟମ ଆଦି ପାଳନ କରିବା ଉଚିତ। ଏଭଳି ସମୟରେ ବ୍ୟକ୍ତି ନିଜକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ।
ସପ୍ତମ ନିୟମ :-
ଏହି ମାସରେ ବ୍ରହ୍ମଚର୍ଯ୍ୟ ର ପାଳନ କରିବା ଉଚିତ ଏବଂ ଭଗବାନ ବିଷ୍ଣୁଙ୍କ ନାମ ସ୍ମରଣ କରିବା ଉଚିତ। ମାନା ଯାଇଥାଏ କି ଏଭଳି କରିବା ଦ୍ଵାରା ପତିପତ୍ନୀଙ୍କ ମଧ୍ୟରେ ବିବାଦ ସମାପ୍ତ ହୋଇଥାଏ।
ଆମେ ଆଶା କରୁଛୁ ଆପଣଙ୍କୁ ଏହି ଖବର ଟି ନିଶ୍ଚୟ ପସନ୍ଦ ଆସିଥିବ। ଆମେ ଏମିତି ଆହୁରି ବିଭିନ୍ନ ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ ।
