ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା : କଲେଜରେ ସେକ୍ସ ରାକେଟ୍ ଚାଲୁଥିବା ନେଇ କଲେଜ ଛାତ୍ରଙ୍କ ଖୁଲାସା
ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ନୂଆ ଖୁଲାସା । କଲେଜରେ ଚାଲିଥିଲା ସେକ୍ସ ରାକେଟ୍ । କଲେଜରେ ସମସ୍ତଙ୍କୁ ମୋବାଇଲ୍ ବ୍ୟବହାର ନେଇ ମନା ରହିଥିଲା । ମାତ୍ର ରାକେଟ୍ରେ ସମ୍ପୃକ୍ତ ଝିଅମାନେ ହିଁ କେବଳ ମୋବାଇଲ ବ୍ୟବହାର କରୁଥିଲେ । ଏଥିସହିତ ମୁଖ୍ୟଅଭିଯୁକ୍ତ ତଥା ସ୍କୁଲର ମାଲିକ ଗୋବିନ୍ଦ ସାହୁ ଅଧିକାଂଶ ସମୟ ଗାର୍ଲସ ହଷ୍ଟେଲରେ ରହୁଥିବା ନେଇ ଛାତ୍ର ଜଣକ ସୂଚନା ଦେଇଛନ୍ତି ।
ଅପରପକ୍ଷେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ହାଇକୋର୍ଟକୁ ଯାଇଛି । ମାମଲାର ସିବିଆଇ ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା ଦାଏର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାଏର ହେଲା ମାମଲା । ପୀଡ଼ିତାଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଓ ସିବିଆଇ ତଦନ୍ତ ଦାବି କରାଯାଇଛି । ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ପକ୍ଷଭୁକ୍ତ କରାଯାଇଥିବାର ଜଣାପଡିଛି ।
