କନିଷ୍ଠ ମହିଳା ହକି ବିଶ୍ବକପ୍ ଲାଇନଅପ ଚୂଡାନ୍ତ
,ଲାଓସାନେ : କନିଷ୍ଠ ମହିଳା ହକି ବିଶ୍ୱକପ ଲାଇନଅପ ମଧ୍ୟ ଚୂଡାନ୍ତ ହୋଇଛି । ଦକ୍ଷିଣ ଆଫ୍ରିକାର ପୋଚଫ୍ଷ୍ରୁମ୍ରେ ଆସନ୍ତା ଡିସେମ୍ବର ୫ରୁ ୧୬ ପର୍ୟ୍ୟନ୍ତ ଖେଳାଯିବ । ଏନେଇ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍) ପକ୍ଷରୁ ଗ୍ରୁପ ସ୍ଥିର କରାଯାଇଛି।
ଭାରତ ପୁଲ୍ ‘ସି’ରେ ଗତଥରର ଚମ୍ପିଆନ ଆର୍ଜେଣ୍ଟିନା, ଜାପାନ ଓ ରୁଷ୍ ସହିତ ସ୍ଥାନ ପାଇଛି। ଭାରତ ଡିସେମ୍ବର ୬ରେ ରୁଷ ବିପକ୍ଷରୁ ଅଭିଯାନ ଆରମ୍ଭ କରିବାକୁ ଥିବା ବେଳେ ୭ରେ ଆର୍ଜେଣ୍ଟିନା ଓ ୯ରେ ଜାପାନ ସହିତ ଗ୍ରୁପ ଲିଗ୍ ମ୍ୟାଚ ଖେଳିବ।
