ପଟ୍ଟାମୁଣ୍ଡାଇରେ କଙ୍ଗାରୁ କୋର୍ଟ, ପେଟ୍ରୋଲ ପମ୍ପ ଆଗରେ ପ୍ରତିବାଦ
- ଦୁଇ ସରପଚଂଙ୍କ ସମେତ ୪ ଗିରଫ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ସାହୁପଡା-ବଡପଡାରେ ଥିବା ଏକ ପେୋଟ୍ରଲ ପମ୍ପରୁ ଟଙ୍କା ଚୋରି ଅଭିଯୋଗରେ ପେୋଟ୍ରଲ ପମ୍ପ ମାଲିକ ଓ ତାଙ୍କ ପୁଅ ସହିତ ତିନି ଜଣ ସରପଚଂ ଓ ଜଣେ ଜିଲ୍ଲା ପରଷଦସଭ୍ୟଙ୍କ ସ୍ୱାମୀଙ୍କ ଉପସ୍ଥିତିରେ ନିର୍ଯାତନା ଦିଆଯାଇଥିଲା । ପେୋଟ୍ରଲ ପମ୍ପରେ କାମ କରୁଥିବା କର୍ମଚାରୀ ଓ ତାଙ୍କ ବୃଦ୍ଧ ବାପାଙ୍କୁ ମାଡମାରିବା ସହ ଇଲେକ୍ଟ୍ରିସକ୍ ମଧ୍ୟ ଦିଆଯାଇଥିଲା । ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସ?ଷ୍ଟି କରିଥିଲା । ଆଜି ପଟ୍ଟାମୁଣ୍ଡାଇ ଅଂଚଳରେ ହୋଇଥିବା ଏଭଳି ତାଲିବାନୀ ଶାସନକୁ ବିରୋଧ କରି ସାହୁପଡା ଠାରେ ଥିବା ପେୋଟ୍ରଲ ପମ୍ପ ଆଗରେ ସ୍ଥାନୀୟ ଲୋକ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ସମସ୍ତ ଅପରାଧୀଙ୍କୁ ଗିରଫ ଦାବିରେ ବିୋକ୍ଷଭ କରାଯାଇଥିଲା । ଘଟଣାରେ କେନ୍ଦ୍ରାପଡ଼ା ପୋଲିସ ଦୁଇ ସରପଚଂଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ।
ଘଟଣାରୁ ପ୍ରକାଶ ଯେ, ପଟ୍ଟାମୁଣ୍ଡାଇ ଥାନା ଅଧିନ ବଡପଡା-ସାହୁପଡା ରାସ୍ତାପାଶ୍ର୍?ରେ ଥିବା ଏକ ପେୋଟ୍ରଲ ପମ୍ପରେ ମହାକାଳପଡା ଥାନା ଅଧିନ ବିଜୟନଗର ଅଂଚଳର ଜଣେ ଯୁବକ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି । ଏହି ପେୋଟ୍ରଲ ପମ୍ପଟି ଦୁଇଜଣଙ୍କ ମାଲିକାନାରେ ରହିଛି । ପେୋଟ୍ରଲ ପମ୍ପରେ ମହଜୁଦ ଥିବା ତେଲ ବିକି ୯ ଲକ୍ଷ ଟଙ୍କାକୁ କର୍ମଚାରୀ ଜଣକ ଦାୟିତ୍ୱରେ ଦିଆଯାଇଥିଲା । ତେବେ ମାଲିକଙ୍କ ଘରେ ଟଙ୍କା ପହଁଚିବା ପରେ ପରବର୍ତୀ ସମୟରେ ଟଙ୍କା ଭର୍ତି ବ୍ୟାଗରେ ୯ ଲକ୍ଷ ଟଙ୍କା ପରିବର୍ତେ ୭ ଲକ୍ଷ ଟଙ୍କା ଥିବା ଜନୈକ ପେୋଟ୍ରଲ ପମ୍ପ ମାଲିକ ଜାଣିବାକୁ ପାଇଥିଲେ । ଏହି ଟଙ୍କା ଚୋରି ଅପରାଧରେ ସ୍ମୃତିରଞ୍ଜନଙ୍କୁ ତେଲ ଟାଙ୍କି ନିକଟରେ ଥିବା ଜନୈକ ବ୍ୟକ୍ତିଙ୍କ ଘରକୁ ଡାକି ସଭା ବସାଇଥିଲେ । ଏହି ସଭାରେ ୩ ଜଣ ସରପଚଂ ଉପସ୍ଥିତ ରହି ଉକ୍ତ କର୍ମଚାରୀଙ୍କ ବିଚାର କରିଥିଲେ । ୨ ଲକ୍ଷ ଟଙ୍କା ହାତେଇ ଥିବା କର୍ମଚାରୀ ଜଣକ ନମାନିବାରୁ କଙ୍ଗାରୁ କୋର୍ଟରେ ଉପସ୍ଥିତ ଥିବା ଲୋକପ୍ରତିନିଧିମାନେ କର୍ମଚାରୀଙ୍କୁ ପିଟିବା ପାଇଁ ନିର୍ଦ୍ଦଶେ ଦେଇଥିଲେ । ତେଲଟାଙ୍କି ମାଲିକଙ୍କ ସମ୍ପର୍କୀୟମାନେ କର୍ମଚାରୀଙ୍କୁ ନିର୍ଦ୍ଧୁମ ପିଟିଥିଲେ । ଘଟଣାର ତଦନ୍ତ କରି କେନ୍ଦ୍ରାପଡ଼ା ପୋଲିସ ମାମଲାରେ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବିଜୟନଗର ସରପଚଂ, ବହିପାଳ ସରପଚଂ, ପେଟ୍ରୋଲ ପମ୍ପ ମାଲିକ ଏବଂ ତାଙ୍କ ପୁଅ ।
