ଆଜି ଏନସିଆଇରେ ଇନଫୋସିସ ଫାଉଣ୍ଡେସନର ବିଶ୍ରାମ ସଦନ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ନୂଆଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ ସାଇନ୍ସ (ଏଆଇଏମଏସ) ର ଜାଜର କ୍ୟାମ୍ପସରେ ଥିବା ଜାତୀୟ କର୍କଟ ପ୍ରତିଷ୍ଠାନ (ଏନସିଆଇ)ରେ ଇନଫୋସିସ ଫାଉଣ୍ଡେସନ ବିଶ୍ରାମ ସଦନ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ବୁଧବାର ଦିନ କହିଛି ଯେ, ଅକ୍ଟୋବର ୨୧ ତରିଖ ସକାଳ ୧୦.୩୦ରେ ନୂଆଦିଲ୍ଲୀର ଏଆଇଆଇଏମଏସର ଜାଜର କ୍ୟାମ୍ପସରେ ନ୍ୟାସନାଲ କ୍ୟାନସର ପ୍ରତିଷ୍ଠାନ (ଏନସିଆଇ) ରେ ପ୍ରଧାନମନ୍ତ୍ରୀ ଇନଫୋସିସ୍ ଫାଉଣ୍ଡେସନ ବିଶ୍ରାମ ସଦନ ଉଦ୍ଘାଟନ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମଣ୍ଡାଭିଆ, ହରିଆନାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଇନଫୋସିସ ଫାଉଣ୍ଡେସନର ଅଧ୍ୟକ୍ଷ ସୁଧା ମୂର୍ତି ମଧ୍ୟ ଉପସ୍ଥିତ ରହିବେ ।
