ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ପରଲୋକ
ଭୁବନେଶ୍ୱର : ଓଡିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ପରଲୋକ ହୋଇଛି । ଭୁବନେଶ୍ୱର ଏମସ୍ ରେ ୭୪ ବର୍ଷ ବୟସରେ ପରଲୋକ ଘଟିଛି । ସେ କ୍ୟାନ୍ସରରେ ଆକ୍ରାନ୍ତ ପରେ କୋଭିଡ ସଂକ୍ରମିତ ବି ହୋଇଥିଲେ । ପ୍ରହ୍ଲାଦ ଦୋରା ଓଡ଼ିଶା ବିଧାନସଭାର ଦୁଇଥର ଉପବାଚସ୍ପତି ଥିଲେ ।
ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶ୍ରୀ ଦୋରାଙ୍କ ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗତ ଏକ ମାସ ତଳେ ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଥିବା ବେଳେ ଆଜି ସନ୍ଧ୍ୟା ୫ଟା ସମୟରେ ଶ୍ରୀ ଦୋରାଙ୍କର ମୃତ୍ୟ ହୋଇଥିବା ନେଇ ହିସ୍ପିଟାଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେ ବିଜେପିର ଜଣେ ବରିଷ୍ଠ ନେତା ଥିଲେ। ତାଙ୍କର ବିୟୋଗରେ ଦଳର ଅପୂରଣୀୟ କ୍ଷତି ହୋଇଥିବା କୁହାଯାଇଛି। ସ୍ୱଗତ ଦୋରା ଜଣେ ଦକ୍ଷ, ସଚ୍ଚୋଟ, ପରୋପକାରୀ ମଣିଷ ଥିଲେ। ତାଙ୍କର ବିୟୋଗରେ ସାରା ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାନସ ମାଡକାମୀ, ବାର ଆସୋସିଏସନ ସଭାପତି ପ୍ରଭାକର ପ୍ରଧାନ, ଆଇନଜୀବୀ ବୁନୁ ମହାନ୍ତି, ରାମ ପ୍ରସାଦ ପଟ୍ଟନାୟକ, ଗୋବିନ୍ଦ ପାତ୍ର, ଲମ୍ବଦର ତୁରୁକ, ମାଣିକ ଚକ୍ରବର୍ତ୍ତୀ, ସଞ୍ଜୟ ସରକାର, ନିମାଇଁ ପାଲ ସମେତ ବହୁ ନେତା, ଆଇନଜୀବୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
