ପୁଣି ଝଟକା : ଆର୍ଯ୍ୟନଙ୍କୁ ମିଳିଲାଣି ଜାମିନ
- ସମସ୍ତ ୩ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ
ମୁମ୍ୱାଇ : ବହୁ ଚର୍ଚ୍ଚିତ ମୁମ୍ୱାଇ କ୍ରୁଜ୍ ରେଭ ପାର୍ଟି ମାମଲାରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କୁ ପୁଣି ଝଟକା । ବୁଧବାର ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନକୁ ଖାରଜ କରିଦେିଛନ୍ତି । ଏହା ଫଳରେ ଆର୍ଯ୍ୟନ ଆଉ କିଛି ଦିନ ଜେଲରେ ରହିବା ନିଶ୍ଚିତ ହୋଇଯାଇଛି । ସେହିଭଳି ଅନ୍ୟ ଦୁଇ ଜଣଙ୍କ ଅରବାଜ ମର୍ଚାଣ୍ଟ ଏବଂ ମୁମୁନ୍ ଧାମେଚାଙ୍କର ମଧ୍ୟ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଛି ।
ଆଜି ମୁମ୍ବଇର ସ୍ବତନ୍ତ୍ର ଏନଡିପିଏସ କୋର୍ଟ ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଆର୍ଯ୍ୟନଙ୍କ ସମେତ ଆଉ ଦୁଇଜଣଙ୍କ ଜାମିନ ଆବେଦନକୁ ଖାରଜ କରାଯାଇଛି । ଆର୍ଯ୍ୟନଙ୍କୁ ଜାମିନ ଦେବାକୁ ଓକିଲ ସତୀଶ ମନସିନ୍ଧେ ଓ ଅମିତ ଦେଶାଇ କୋର୍ଟଙ୍କ ନିକଟରେ ଯୁକ୍ତି ରଖିଥିଲେ ବି କୋର୍ଟ ତାଙ୍କ ଯୁକ୍ତିକୁ ଗ୍ରହଣ କରିନଥିଲେ । ଏନସିବି ପକ୍ଷରୁ ସ୍ବତନ୍ତ୍ର ସରକାର ଓକିଲ ଅଦ୍ବୈତ ସେଥାନା ଆର୍ଯ୍ୟନ ଓ ଅନ୍ୟମାନଙ୍କ ଜାମିନକୁ ବିରୋଧ କରିଥିଲେ । ଏନସିବି ତରଫରୁ ପକ୍ଷ ରଖିଥିବା ଅତିରିକ୍ତ ସଲିସିଟର ଜେନେରାଲ (ଏଏସଜି) ଅନୀଲ ସିଂ ଯୁକ୍ତି ଦର୍ଶାଇଥିଲେ ଆର୍ଯ୍ୟନ୍ ଡ୍ରଗ୍ସ ମାମାଲାରେ ଦୋଷୀ ଅଟନ୍ତି । ସେ ପ୍ରଥମ ଥର ପାଇଁ ଗ୍ରାହକ ନୁହଁନ୍ତି । କୋର୍ଟରେ ରଖାଯାଇଥିବା ପ୍ରମାଣରୁ ଜଣାପଡିଛି ଯେ ସେ ଗତ କିଛି ବର୍ଷ ଧରି ନିୟମିତ ନିଶା ସେବନ କରୁଥିଲେ । ସୂଚନା ଯେ, ଗତ ଅକ୍ଟୋବର ୩ରେ ଆର୍ଯ୍ୟନ ଖାଁ, ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚାଙ୍କ ସମେତ ଅନ୍ୟ ୭ଜଣଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିଥିଲା । ଗତ ଅକ୍ଟୋବର ୨ ରେ ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ଜାହାଜ କୋର୍ଡେଲିଆରେ ଡ୍ରଗ୍ସ କାରବାର ଓ ସେବନ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା । ସେବେଠାରୁ ୨୩ ବର୍ଷୀୟ ଆର୍ଯ୍ୟନ୍ ମୁମ୍ବାଇର ଆର୍ଥର୍ ରୋଡ୍ ଜେଲରେ ରହିଛନ୍ତି ।
