ମମିତା ମେହେର ହତ୍ୟା ଘଟଣା : ହତ୍ୟା ନେଇ ସ୍ୱୀକାର କଲା ଗୋବିନ୍ଦ
କଳାହାଣ୍ଡି : କଳାହାଣ୍ଡି ଜିଲା ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ନୂଆ ଟ୍ବିଷ୍ଟ୍ । ମମିତା ମେହେରଙ୍କୁ ହତ୍ୟା କରିଥିବା ନେଇ ଅଭିଯୁକ୍ତ ଗୋବିନ୍ଦ ସ୍ବୀକାର କରିଥିବା ସୂଚନା ମିଳିଛି । ପୋଲିସର ମାରାଥନ୍ ଜେରା ପରେ ସତ ଉଗାଳିଛି ଗୋବିନ୍ଦ । ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣାରେ ମୋଷ୍ଟ୍ ଓ୍ବାଣ୍ଟେଡ୍ ଗୋବିନ୍ଦ ସାହୁଙ୍କ ସହ ଅଟକ ୩ ଜଣକୁ ମୁହାଁମୁହିଁ ଜେରା ପରେ ପୋଲିସ ଆଗରେ ସତ ସ୍ବୀକାର କରିଥିବା ସୂଚନା ମିଳିଛି । ତଦନ୍ତ ଚାଲିଛି ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି ଡ଼ିଆଇଜି ଦୀପକ କୁମାର ସୂଚନା ଦେଇଛନ୍ତି ।
ମମିତାଙ୍କୁ ହତ୍ୟା କରିଥିବା ମାନିଲା ଗୋବିନ୍ଦ ସାହୁ । ମହାଲିଙ୍ଗ ମଷ୍ଟ୍ରି ଗୋବିନ୍ଦ ସାହୁ ଅପରାଧକୁ ସ୍ୱୀକାର କରିଥିବା ଜଣାପଡିଛି । ତେବେ ଜେରା ବେଳେ ପୋଲିସ ଆଗରେ ଗୋବିନ୍ଦ ସାହୁ ମାନିଥିବା ସୂଚନା ମିଳିଛି । ଗୋବିନ୍ଦ ସାହୁ ସମେତ ୪ ଜଣଙ୍କୁ ଅଟକ ରଖି ପୋଲିସ ଜେରା କରୁଛି । ପୋଲିସର ଘନଘନ ଜେରା ପରେ ଗୋବିନ୍ଦ ସତ ମାନିଥିବା ଜଣାପଡିଛି । ଗୋବିନ୍ଦଙ୍କ ସହଯୋଗୀ ରାଧେ, ଜେସିବି ଡ୍ରାଇଭର, ଷ୍ଟାଡିୟମ ମିନସି ଅଟକ ରହିଛନ୍ତି । ସେହିପରି କାର ଭିତରେ ହିଁ ମମିତାଙ୍କୁ୍ୁ ହତ୍ୟା କରାଯାଇଛି । ଯେଉଁ କାର ସିନ୍ଧେକେଲା ଥାନାରେ ଜବତ ହୋଇକି ରହିଛି । ଉକ୍ତ କାରରୁ ଖାଲି ପେଟ୍ରୋଲର ନୁହେଁ ପାଉଁଜି ବି ଜବତ ହୋଇଥିଲା । ତେବେ ଅନ୍ୟ ଜାଗାର ଯେତେବେଳେ ପାଉଁଡି ମିଳିଛି ଏବଂ ମୃତଦେହ ପାଖରେ ଆଉ ଏକ ପାଉଁଜି ମିଳିଛି । ଯେଉଁଦିନ ମମିତାଙ୍କୁ ଘରୁ ନେଇଥିଲା ଗୋବିନ୍ଦ ସେହିଦିନ ହିଁ ମମିତାଙ୍କୁ ହତ୍ୟା କରିଥିଲା । ତେବେ ଯେଉଁ ଗାତ ଖୋଲିକି ପୋଲିସ ମୃତଦେହ ଜବତ କରିଥିଲା ସେହି ଗାତକୁ ହିଁ ୬ ତାରିଖରୁ ଖୋଳା ଯାଇଥିଲା । ୮ ତାରିଖ ବିଳମ୍ବିତ ରାତିରେ ପୋତା ଯାଇଥିଲା । ପୂର୍ବ ଯୋଜନା ମୁତାବକ ହିଁ ହତ୍ୟା କରାଯାଇଛି । ଗୋବିନ୍ଦଜ ସାହୁ ହିଁ ବ୍ଲୁ ପି ପ୍ରସ୍ତୁତ କରିଥିଲା । କେମିତି ଆଣିବ, କେମିତି ହତ୍ୟା କରିବ , କେଉଁଠି ପୋଡିବ । ସେହିପରି ଗତକାଲି ରାତି ତମମାମ ପୋଲିସ ଗୋବିନ୍ଦ ସାହୁଙ୍କ ସହ ୪ ଜଣଙକ୍ୁ ଜେରା କରିଛି । ଷ୍ଟାଡିୟମରେ ଯିଏ ମୁନସି ଥିଲା ତାକୁ ମଧ୍ୟ ଜେରା କରିଛି ଏବଂ ମିନସି ହିଁ କହିଥିବା ଯେ କେବେ ଗାତ ଖୋଳା ଯାଇଥିଲା । କେବେ ଗାତ ପୋତା ଯାଇଥିଲା । କିଏ କିଏ ଆଣିଥିଲେ ।
