ଦାଦାବଟିକୁ କେନ୍ଦ୍ରକରି ଗୁଳିମାଡ଼, ମହିଳା ଆହତ
ପୁରୀ : ଦାଦାବଟିକୁ କେନ୍ଦ୍ରକରି ଗୁଳିମାଡ। ଗୁଳିମାଡରେ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ମହିଳା ଗୁରୁତର ଆହତ । ତାଙ୍କୁ ଉଧାର କରାଯାଏ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଦାଦାବଟି ମାଗିବାକୁ ନେଇ ଗୁଳିକାଣ୍ଡ ହୋଇଥିଲା । ବ୍ୟାଙ୍କ କର୍ମଚାରି ଜିତେନ୍ଦ୍ର ସାହୁ ନରେନ୍ଦ୍ର କୁଳ ଅଞ୍ଚଳର ବାସିନ୍ଦା ଅଟନ୍ତି । ତେବେ କିଛି ଦୁର୍ବୁତ୍ତ ଆସି ତାଙ୍କୁ ବାରମ୍ବାର ଦାଦାବଟି ମାଗିବାର ଅଭିଯୋଗ ସେ କରିଛନ୍ତି । ବାରମ୍ବାର ଏହି ଘଟଣାକୁ ଏଡାଇ ଚାଲିବା ପରେ ଗତକାଲି ଏହାକୁ ନେଇ ଘଟିଛି ଗୁଳିକାଣ୍ଡ । ଗତକାଲି ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ପରେ ରାତିରେ ଦୁର୍ବତ୍ତମାନେ ଆସି କବାଟ ବାଡେଇ ଥିଲେ । ଏହା ପରେ ସେମାନେ ଗୁଳିକରିଥିଲେ । ତେବେ ସ୍ୱାମୀଙ୍କୁ ବଞ୍ଚାଇବକୁ ଯାଇ ସକୁନ୍ତଳାଙ୍କ ଦେହରେ ଗୁଲି ବାଜିଥିଲା । ପୁରୀ ଚିକିତ୍ସାଳୟରେ ପ୍ରଥମେ ଚିକିତ୍ସା ହେବା ପରେ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ତାଙ୍କର ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ଏହା ପରେ ଦୁର୍ବତ୍ତମାନେ ଅନ୍ୟଦୁଇ ତିନିଜଣଙ୍କୁ ଦାଦାବଟି ମାଗି ଆତଙ୍କ ସୃଷ୍ଟି କରିଥିଲେ । ମାଟି ତୋଟା ଅଞ୍ଚଳରେ ମା ପୁଅଙ୍କୁ ଆକ୍ରମଣ କରି ହାଣିଛନ୍ତି ଦୁର୍ବତ୍ତ । ତେବେ ପୁରୀ ବଃଳି ଐତିହ ସହରରେ ଏଭଳି ମରଣାନ୍ତକ ଆକ୍ରମଣ ଜିଲ୍ଲାର ଆଇନ ଶୃଙ୍ଖାଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
