ଏଲଓସି ଉପରେ ବଡ ଅପରେସନ ପାଇଁ ପ୍ରସ୍ତୁତି : ସେନାକୁ ହାଇ ଆଲର୍ଟ କଲେ ସେନା ମୁଖ୍ୟ ଜେନେରାଲ
ନୂଆଦିଲ୍ଲୀର : କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀ ବିରୋଧି କାର୍ଯ୍ୟରେ ୧୧ ଜଣ ଅଣ କାଶ୍ମୀରୀ ସାଧାରଣ ନାଗରିକ ଏବଂ ସେନାର ୨ ଜଣ ସୈନିକଙ୍କୁ ହତ୍ୟା କରିବା ପରେ ଦୁଇ ଦିନିଆ ଗସ୍ତରେ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓା୍ୱଣେ ଜମ୍ମୁରେ ପହଂଚିଛନ୍ତି । ମଙ୍ଗଳବାର ଦିନ ସେ ଏଲଓସି ସହିତ ପୁଂଚ ଏବଂ ରାଜୌରୀର ଅଗ୍ରୀମ ଅଂଚଳ ପରିଦର୍ଶନ କରି ସେନାର କାର୍ଯ୍ୟକ୍ଷମ ପ୍ରସ୍ତୁତି ବିଷୟରେ ଜାଣିଥିଲେ । ସେନା ଅଧ୍ୟକ୍ଷ ମାନଙ୍କୁ ସ୍ୱଳ୍ପ ନୋଟିସରେ ଅପରେସନ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ । ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନ ସମ୍ପୂର୍ଣ୍ଣ କରିବାକୁ ଅତିରିକ୍ତ ପାରା କମାଣ୍ଡୋ ଏବଂ ସେନା କର୍ମଚାରୀଙ୍କୁ ପଠାଯାଇଛି ।
ସେନା ମୁଖ୍ୟ ଜେନେରାଲ ଏମ.ଏମ ନରୱେନ ନିଜେ ନିୟନ୍ତ୍ରଣ ଲାଇନର ଅଗ୍ରଗାମୀ ଅଂଚଳ ପରିଦର୍ଶନ କରି ପରିସ୍ଥିତିର ଶାରୀରିକ ମୂଲ୍ୟାଙ୍କନ କରିଥିଲେ । ଏଠାରେ ଥିବା ସୁରକ୍ଷା ବାହିନୀ ଏକ ସପ୍ତାହ ଧରି ଆତଙ୍କବାଦୀଙ୍କ ଗୋଷ୍ଠୀକୁ ଟ୍ରାକ୍ କରିବାକୁ ଚେଷ୍ଟ କରୁଛନ୍ତି ଯେଉଁଥିରେ ଏ ପର୍ଯ୍ୟନ୍ତ ନଅ ଜଣ ସହିଦ ହୋଇଛନ୍ତି । ବର୍ତମାନର ପରିସ୍ଥିତି ଏବଂ ଅନୁପ୍ରବେଶ ବିରୋଧି କାର୍ଯ୍ୟ ସମ୍ପର୍କରେ ସେନା ମୁଖ୍ୟଙ୍କୁ ସୂନା ଦିଆଯାଇଥିଲା । ଜେନେରାଲ କମାଣ୍ଡିଂ ଅ‘ିସର ହ୍ୱାଇଟ ନାଇଟ୍ କର୍ପସ, ଜେନେରାଲ ନରୱେନଙ୍କୁ ସୁରକ୍ଷା ସ୍ଥିତି ଏବଂ କାର୍ଯ୍ୟକ୍ଷମ ପ୍ରସ୍ତୁତି ଉପରେ ଅପଡେଟ୍ ଦେଇଥିଲେ । ଅଗ୍ରଗାମୀ ଅଂଚଳ ପରିଦର୍ଶନ କରିବା ପରେ ସେ ଭୂମିରେ ଥିବା ସୈନିକ ଏବଂ କମାଣ୍ଡୋମାନଙ୍କ ସହିତ ମଧ୍ୟ କଥାବାର୍ତା କରିଥିଲେ । ସୁରକ୍ଷା ସମୀକ୍ଷାର ଏକ ଅଂଶ ଭାବରେ ଜେନେରାଲ ନରୱେନ ମଧ୍ୟ ରାଜୌରୀ-ପୁଂଚ ରାସ୍ାତରେ ଭୀମବର ଗଳି ପରିଦର୍ଶନ କରିଥିଲେ । ସେଠାରେ ଅକ୍ଟେବର ୧୪ରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଚାରିଜଣ ସୈନିକ ସହିଦ ହୋଇଥିଲେ । ଅକ୍ଟୋବର ୧୧ରେ ପୁଂଚ ଜିଲ୍ଲାର ଦେହରା କି ଗଳି ଅଂଚଳରେ ଉଭୟ ପକ୍ଷ ମଧ୍ୟରେ ପ୍ରଥମ ମୁକାବିଲା ହୋଇଥିଲା, ଯେଉଁଥିରେ ଜେସିଓ ସମତେ ପାଂଚଜଣ ସେନା କର୍ମଚାରୀ ସହିଦ ହୋଇଥିଲେ । ଏହି ଦୁଇଟି ଘଟଣାରେ ସମାନ ଆତଙ୍କବାଦୀ ସମ୍ପୃକ୍ତ ଥିଲେ ନା ଉଭୟ ଭିନ୍ନ ଗୋଷ୍ଠୀ ଥିଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବର୍ତମାନ ଜାମ୍ମୁ କାଶ୍ମୀରକୁ ଏକ ୟୁନିଅନ ଟେରିଟୋରୀ ମାନ୍ୟତା ମିଳିବା ପରେ ଏହା ହେଉଛି ସବୁଠାରୁ ବଡ଼ ଅପରେସନ୍ । ଆତଙ୍କବାଦୀମାନେ ଯେପରି ଖସି ନ ଯାଆନ୍ତି ସେଥିପାଇଁ ପୋଲିସ ଏବଂ ସେନା ମିଳିତ ଭବେ ଏହି ଅଂଚଳକୁ ଘେରି ରହିଛନ୍ତି ।
