କରୋନା ପରେ ଭାରତରେ ଅନାହାର ବଢିଛି : ଅକ୍ସଫାମ
ନୂଆଦିଲ୍ଲୀ : ‘ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ଭାରତର ସ୍ଥାନ ୧୧୬ ରାଷ୍ଟ୍ର ବିଶିଷ୍ଟ ତାଲିକାରେ ୧୦୧ତମ ସ୍ଥାନକୁ ଖସିଆସିଛି । ଗତବର୍ଷ ଏହି ତାଲିକାରେ ୧୦୭ଟି ଦେଶଙ୍କ ମଧ୍ୟରେ ଭାରତ ୯୪ତମ ସ୍ଥାନ ଅଧିକାର କରିଥିଲା । ବିଶେଷକରି ମହାମାରୀ କୋଭିଡ୍ ଯୋଗୁଁ ସ୍ଥିତି ଆହୁରି ଖରାପ ହୋଇଯାଇଛି ବୋଲି ଅକ୍ସଫାମ ଇଣ୍ଡିଆ କହିଛି ।
ଅକ୍ସଫାମ ପକ୍ଷରୁ କୁହାଯାଇଛି ଯେ, ଭାରତରେ ଅନାହାର ନୂଆ କଥା ନୁହେଁ । ଏହା ଭାରତ ସରକାରଙ୍କ ନିଜସ୍ୱ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରେ କୁହାଯାଇଛି । ୨୦୧୫ରୁ ୨୦୧୯ ମଧ୍ୟରେ ଅନେକ ଭାରତୀୟ ରାଜ୍ୟରେ ଶିଶୁମାନଙ୍କ ପୋଷଣ ସ୍ତରରେ ଅବନତି ହୋଇଛି । ନୂଆ ତଥ୍ୟ ଅନୁସାରେ ୨୦୧୫ରୁ ୨୦୧୯ ମଧ୍ୟରେ ଜନ୍ନ ନେଇଥିବା ଅନେକ ଶିଶୁ ନିଜର ପୂର୍ବ ପୀଢିଙ୍କଠାରୁ ଅଧିକ ଅପପୁଷ୍ଟଗ୍ରସ୍ତ ବୋଲି ଅକ୍ସଫାମ ଇଣ୍ଡିଆର ସିଇଓ ଅମିତାଭ ବେହେର କହିଛନ୍ତି ।
