ଆଜିର ଭାଗ୍ୟଫଳ (ବୁଧବାର, ୨୦/୧୦/୨୦୨୧), ଏହି ରାଶିଙ୍କୁ ମିଳିବ ସମସ୍ତ କଷ୍ଟରୁ ମୁକ୍ତି
ଆଜି ୨୦୨୧ ଅକ୍ଟୋବର ୨୦ ତାରିଖ । ବୁଧବାର । ତୁଳାମାସ ୪ ଦିନ । ଆଶ୍ଵିନମାସ । ଶୁକ୍ଳପକ୍ଷ । ପୂର୍ଣ୍ଣିମାତିଥି । ରେବତୀ ନକ୍ଷତ୍ର । ମୀନରାଶିରେ ଚନ୍ଦ୍ର । ହର୍ଷଣଯୋଗ । ବିଷ୍ଟିକରଣ ସକାଳ ୭ଟା ୪୧ମିନିଟ୍ ଗତେ ବବକରଣ । କର୍କଟ ରାଶିର ଘାତବାର । ଧନୁ ରାଶିର ଘାତଚନ୍ଦ୍ର, ଦିବା ୨ଟା ୨ମିନିଟ୍ ଗତେ ମେଷ ରାଶିର ଘାତଚନ୍ଦ୍ର । ଆମିଷ, ତୈଳ ନ ଖାଇଲେ ଭଲ, ରାତି ୮ଟା ୨୬ନିଟ୍ ପରେ ପାଣିକଖାରୁ ନ ଖାଇଲେ ଭଲ । ଯୋଗିନୀ- ବାୟବ୍ୟେ ରାତି ୮ଟା ୨୬ମିନିଟ୍ ପରେ ପୂର୍ବେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।
ଅଶୁଭସମୟ- ସକାଳ ୮ଟା ୩୮ମିନିଟ୍ ରୁ ଦିବା ୧୦ଟା ୫ମିନିଟ୍, ଦିବା ୧୧ଟା ୩୧ମିନିଟ୍ ରୁ ଦିବା୧୨ଟା ୫୭ମିନିଟ୍, ରାତ୍ରି ୨ଟା ୩୯ମିନିଟ୍ ରୁ ରାତ୍ରି ୪ଟା ୧୩ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୪୭ମିନିଟ୍ ରୁ ୮ଟା ୩ମିନିଟ୍, ଦିବା ୧୦ଟା ୨୩ମିନିଟ୍ ରୁ ୧୧ଟା ୩୦ମିନିଟ୍, ଦିବା ୧ଟା ୨୭ମିନିଟ୍ ରୁ ୩ଟା ୪୩ମିନିଟ୍, ସନ୍ଧ୍ୟା ୬ଟା ୭ମିନିଟ୍ ରୁ ୬ଟା ୫୫ମିନିଟ୍, ରାତ୍ର ୮ଟା ୩୭ମିନିଟ୍ ରୁ ରାତ୍ର ୨ଟା ୩୮ମିନିଟ୍, ରାତ୍ର ୪ଟା ୧୪ମିନିଟ୍ ରୁ ୫ଟା ୪୫ମିନିଟ୍ । ପର୍ବଦିନ- କୁମାର ପୂର୍ଣ୍ଣିମା, କୁମରୋତ୍ସବ, ଶ୍ରୀ ଗଜଲକ୍ଷ୍ମୀ ପୂଜା, କାର୍ତ୍ତିକେୟ ଜନ୍ମ, ଜହ୍ନି ଓଷା ଶେଷ ।
ମେଷ:-
ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ । ବିଳାସବ୍ୟସନ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହୋଇ ପାରନ୍ତି । କର୍ମକ୍ଷେତ୍ରରେ କଠିନ ପରିଶ୍ରମ ହେତୁ ଶାରୀରିକ ଓ ମାନସିକ କଷ୍ଟ ଭୋଗି ପାରନ୍ତି । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ବୃଷ:-
ଶୁଭଖବର ପାଇ ଖୁସି ହେବେ ଓ ହଜିଯାଇଥିବା କିମ୍ବା ଖୋଜୁଥିବା ଜିନିଷ ହଠାତ୍ ମିଳିଯିବ । ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ । ଶତୃମାନଙ୍କ ଠାରୁ ଉପସମ ମିଳିବ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ପାଇବେ । ଆର୍ଥିକକ୍ଷେତ୍ରରେ ପରିବର୍ତ୍ତନ ଆସି ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ଲୋକ ସମ୍ପର୍କ ଆତ୍ମ ସନ୍ତୋଷ ବଢ଼େଇବ । ପ୍ରତିକାର- ଧଳା ରୁମାଲ ଟିଏ ପାଖରେ ରଖନ୍ତୁ ।
ମିଥୁନ:-
ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବା ଫଳରେ ଅଧା-ଅଧୁରାଥିବା କାର୍ଯ୍ୟ ପୂରଣ ହୋଇଯିବ । ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ । କାର୍ଯ୍ୟ କ୍ଷେତ୍ରରେ ସଫଳତା ଲାଭ କରି ପ୍ରଶଂସିତ ହେବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ । ପ୍ରବାସ ଯାତ୍ରାରେ ଲାଭବାନ ହେବେ । କୌଣସି କାମରେ ବିଶେଷ ଜ୍ଞାନ ହାସିଲ କରିବେ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।
କର୍କଟ:-
ସମାଜସେବା, ଧାର୍ମିକ ଅନୁଷ୍ଠାନରେ ପ୍ରଶଂସା ପାଇବେ । ପାରିବାରିକ ଅଶାନ୍ତି ଦୂରେଇ ଯାଇ ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବେ । ବ୍ୟବସାୟରେ ପରିଶ୍ରମ ଫଳରେ ଆଶାତୀତ ଲାଭ ପାଇବେ । ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ ଓ ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ କରିପାରନ୍ତି । ସତର୍କତା ଅବଲମ୍ବନ ନକଲେ କୌଣସି ଭୁଲ୍ କାମରେ ଫଶିଯିବେ ଓ ସନ୍ତାନର ଭବିଷ୍ୟତ ପାଇଁ ଚିନ୍ତିତ ରହିବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ସିଂହ:-
ଶତୃ ଓ ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ । ଧନର ଆଗମନ ହୋଇପାରେ । କୌଣସି କାମରେ ବିଶେଷଜ୍ଞତା ହାସିଲ କରିବେ । ପ୍ରେମୀକ ପ୍ରେମିକାଙ୍କ ଉନ୍ନତି ପାଇଁ ପ୍ରୟାସରତ ହେବେ । ଧର୍ମକର୍ମରେ ରୁଚି ବୃଦ୍ଧି ହେବ । ସରକାରୀ ଚାପ ପଡିଲେ ମଧ୍ୟ କର୍ମକ୍ଷେତ୍ରରେ ଉନ୍ନତି ହୋଇପାରେ । ରାଜନୀତି ମାମଲାରେ ସଫଳତା ମିଳିବ । ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
କନ୍ୟା:-
ସମସ୍ତ କ୍ଷେତ୍ରରେ ସଫଳତା ମିଳିବ ଓ ସେୟାର ବଜାରରେ ମୁନାଫା ମିଳିବ । ବ୍ୟବସାୟ କ୍ଷେତ୍ରରେ ନିଜର ପ୍ରତିଷ୍ଠା ସୁନାମ ବଢିବ । ନୂଆଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରଣ କରିବେ । କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବାଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । କର୍ମକ୍ଷେତ୍ରରେ ଉନ୍ନତି ହେବା ସହ ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ । ପ୍ରତିକାର:-ଗଙ୍ଗାଜଳ ସେବନ କରନ୍ତୁ ।
ତୁଳା:-
ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇଯିବ । ସାମାଜିକ ସ୍ଥିତି ଓ ମାନସମ୍ମ । ନ ବଜାୟ ରହିବ । ଅଫିସରେ କରିଥିବା କାମର ଶୁଭ ସୂଚନା ଶୁଣିବାକୁ ପାଇବେ । କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ । ରାଜନୀତିରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ ଓ ପାର୍ଟି ବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ । ପ୍ରତିକାର- ଧଳା ରୁମାଲ ଟିଏ ପାଖରେ ରଖନ୍ତୁ ।
ବିଚ୍ଛା:-
ସମସ୍ତ ବାଧାବିଘ୍ନକୁ ଭ୍ରୂକ୍ଷେପ ନକରି ନିଜର ସିଦ୍ଧାନ୍ତରେ ଅଟଳ ରହିବେ । ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା, ପ୍ରତିଯୋଗିତାରେ ସଫଳତା ମିଳିବ । ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ । ପିଲାମାନଙ୍କ ସଫଳତାରେ ଖୁସିହେବେ । ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।
ଧନୁ:-
କର୍ମକ୍ଷେତ୍ରରେ ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ । ପାରିବାରିକ ଜୀବନ ସମସ୍ତଙ୍କ ମେଳରେ ରହି ସୁଖ-ସନ୍ତୋଷରେ କଟିବ । ଗୁରୁଜନଙ୍କ ସହାନୁଭୁତି ଉପଲବ୍ଧ ହେବ ଓ ସନ୍ତାନର ସୁ-ଖବର ଶୁଣି ଖୁସି ହେବେ । ଶୋଷିତ ଓ ନିର୍ଯାତିତଙ୍କ ବିଡମ୍ବନାକୁ ମୁଣ୍ଡେଇ ଦୃଢ ମନୋବଳରେ ଆଗେଇ ପାରିବେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ମକର:-
ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ । କୋର୍ଟ କଚେରୀ ମାମଲା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ଦୂରସ୍ଥାନକୁ ଯାତ୍ରା କରିବେ । ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା କରିବେ । ଛାତ୍ରଛାତ୍ରୀ ମାନଙ୍କର ବ୍ୟବହାର କୁଶଳତାକୁ ଆଧାରକରୀ ନିମ୍ନବର୍ଗର ସହାୟତା ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ । ବନ୍ଧୁ ମିତ୍ରଙ୍କର ସହଯୋଗ ପାଇ ବ୍ୟବସାୟରେ ଆଶାତୀତ ଲାଭ ମିଳିବ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।
କୁମ୍ଭ:-
ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ଶରୀର ସୁସ୍ଥ ରହିବ ଶତୃ ପରାଜିତ ହେବା ସହ ବ୍ୟବସାୟରେ ଭଲ ଲାଭ ପାଇବେ । ଛାତ୍ରଛାତ୍ରୀ ମାନେ ଶିକ୍ଷାକୁ ଉଚିତ୍ ମନେକରି ପାଠ ପଢାରେ ମନଯୋଗ ଦେବେ । ଅତି ନିକଟର ବନ୍ଧୁବାନ୍ଧବଙ୍କସହ ଅତି ପ୍ରିୟତା ସୃଷ୍ଟିହେବ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ଆର୍ଥିକ ସ୍ଥିତି ସ୍ଵଛଳ ରହିବ । କର୍ମ କ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଶାନ୍ତି ପାଇବେ । ପ୍ରତିକାର-ମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ ।
ମୀନ:-
ସ୍ଵାସ୍ଥ୍ୟର କିଛି ପରିବର୍ତ୍ତନ ଘଟିବ । ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ପରୀକ୍ଷା ପରିଣାମ ଅନୁକୂଳ ହେବ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ ପାଇଁ ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି । ଅଟକିଥିବା କାର୍ଯ୍ୟ ପୂରଣ ହେବ । କର୍ମକ୍ଷେତ୍ରଟି ସୁଦୃଢ ହେବ ଓ ଆୟ ବୃଦ୍ଧି ହେବା ଫଳରେ ଆର୍ଥିକ ଉନ୍ନତି ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
