୧୬ ଓଡ଼ିଆ ପାଇବେ ପଦ୍ମ ପୁରସ୍କାର
ନୂଆଦିଲ୍ଲୀ : ୨୦୨୦ ଓ ୨୦୨୧ବର୍ଷ ପାଇଁ ବିତରଣ କରାଯିବ ପଦ୍ମ ପୁରସ୍କାର। ଆସନ୍ତା ନଭେମ୍ବର ୮ ଓ ୯ ତାରିଖରେ ଏହି ପୁରସ୍କାର ବିତରଣ କରାଯିବ। ରାଷ୍ଟ୍ରପତି ଭବନର ଦରବାର ହଲରେ ପଦ୍ମ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିମାନଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୁରସ୍କାର ବିତରଣର ଦିନକ ପୁର୍ବରୁ ମନୋନୀତ ବ୍ୟକ୍ତିମାନେ ଦିଲ୍ଲୀର ଅଶୋକ ହୋଟେଲରେ ଅବସ୍ଥାନ କରିବେ। ଏ ନେଇ ବିଶେଷ ସୁତ୍ରରୁ ସୂଚନା ମିଳିଛି।
ମହାମାରୀ କରୋନ ଯୋଗୁଁ ୨୦୨୦ ଓ ୨୦୨୧ର ପଦ୍ମ ପୁରସ୍କାର ବିତରଣ କରାଯାଇ ପରି ନାହିଁ ।୨୦୨୦ ପଦ୍ମ ପୁରସ୍କାର ବିତରଣ ପାଇଁ ଦୁଇଟି ପର୍ଯ୍ୟାୟରେ ମାର୍ଚ୍ଚ ୨୬ ଓ ଏପ୍ରିଲ ୩ ତାରିଖ ଧାର୍ଯ୍ୟ କରାଯାଇଥିବାବେଳେ କରୋନା ଯୋଗୁଁ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଥିଲା । ଏହାପରେ ଚଳିତବର୍ଷ ଜାନୁଆରି ୨୫ରେ ୨୦୨୧ର ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। ଏବେ ସଂକ୍ରମଣ କମ ହେବା ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ୨୦୨୦ ଓ ୨୦୨୧ର ପଦ୍କ ପରୁସ୍କାର ବିତରଣ ପାଇଁ ନଭେମ୍ବର ୮ ଓ ୯ ତାରିଖକୁ ଧାର୍ଯ୍ୟ କରାଯାଇଛି। ସୂଚନା ଯେ, ଦେଶର ଅନ୍ୟତମ ସର୍ବୋଚ୍ଚ ବେସାମରିକ ପଦ୍ମ ବିଭୂଷଣ, ପଦ୍କ ଭୂଷଣ ଓ ପଦ୍କଶ୍ରୀ ସମ୍ମାନ ଲାଗି ମନୋନୀତ ବ୍ୟକ୍ତିମାନଙ୍କ ନାମ ସାଧାରଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଇଥାଏ। ରାଷ୍ଟ୍ରପତି ଦୁଇଟି ପର୍ଯ୍ୟାୟରେ ମନୋନୀତ ବ୍ୟକ୍ତିବିଶେଷମାନଙ୍କୁ ସମ୍ମାନିତ କରିଥାନ୍ତି। ୨୦୨୦ ରେ ୧୦ ଜଣ ଓଡ଼ିଆ ତଥା ୨୦୨୧ରେ ୬ ଜଣ ଓଡ଼ିଆଙ୍କୁ ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି।
