କଶ୍ମୀର ପ୍ରସଙ୍ଗରେ ଆଲୋଚନା ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅମିତ ଶାହା
- ୨୩ରୁ କଶ୍ମୀର ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଶାହା
ନୂଆଦିଲ୍ଲୀ : ଗତ କିଛିଦିନ ମଧ୍ୟରେ କଶ୍ମୀରରେ ବଢିଛି ଆତଙ୍କବାଦୀ କାର୍ଯ୍ୟକଳାପ । ଏହି ପରିପ୍ରେକ୍ଷୀରେ କଶ୍ମୀରରେ ଘାଟି ବାହାରର ଲୋକମାନଙ୍କ ଉପରେ କରାଯାଉଥିବା ଆକ୍ରମଣକୁ ନେଇ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏ ନେଇ ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭେଟି ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ କରିଛନ୍ତି । ଏହି ଆଲୋଚନା ବେଳେ କେନ୍ଦ୍ର ଶାସିତ ଅଞ୍ଚଳରେ ସୃଷ୍ଟି ହୋଇଥିବା ଆତଙ୍କର ବାତାବରଣ ଓ ପ୍ରବାସୀମାନଙ୍କ ପଳାୟନ ସମ୍ପର୍କରେ ଶାହା ମୋଦୀଙ୍କୁ ଅବଗତ କରିଛନ୍ତି । ଏହି ପ୍ରସଙ୍ଗ ବ୍ୟତୀତ ଦେଶର ଅନ୍ୟ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ଦୁଇ ନେତା ଆଲୋଚନା କରିଛନ୍ତି ।
ସୂଚନା ଯେ, ଗତ ୧୬ ଦିନ ମଧ୍ୟରେ କଶ୍ମୀର ଘାଟିରେ ୧୧ ଜଣ ବାହାର ଲୋକ (ଜମ୍ମୁ ଓ କଶ୍ମୀର ବାହାରର ବାସିନ୍ଦା)ଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି । ଏହାକୁ ନେଇ ପ୍ରବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି ଓ ସେମାନେ ଘାଟି ଛାଡ଼ି ପଳାଇଯାଉଛନ୍ତି । ସେହିପରି ସ୍ଥିତିର ସମୀକ୍ଷା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଆସନ୍ତା ୨୩ରୁ କଶ୍ମୀର ଗସ୍ତରେ ଯାଉଛନ୍ତି । ଧାରା ୩୭୦ ପ୍ରତ୍ୟାହାର ପରେ ଏହା ହେଉଛି ଶାହାଙ୍କ ପ୍ରଥମ କଶ୍ମୀର ଗସ୍ତ ।
