ଶିକ୍ଷୟିତ୍ରୀ ନିଖୋଜ ଘଟଣା : ପୋଲିସ୍ ବ୍ୟାରେକରୁ ସ୍କୁଲ୍ ମାଲିକ ଗୋବିନ୍ଦ ସାହୁ ଚମ୍ପଟ, ୩ କନଷ୍ଟେବଲ୍ ନିଲମ୍ବିତ
ବଲାଙ୍ଗୀର : କଳାହାଣ୍ଡି ଜିଲା କେଗାଁ ଥାନା ମହାଲିଙ୍ଗ ସ୍ଥିତ ଘରୋଇ ସ୍କୁଲର ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ନୂଆ ଟ୍ବିଷ୍ଟ୍ । ପୋଲିସ ହେପାଜତରେ ଅଟକ ଥିବା ସ୍କୁଲ ପରିଚାଳନା କମିଟି ସଭାପତି ସଭାପତି ଗୋବିନ୍ଦ ସାହୁ ପୋଲିସ ହେପାଜତରୁ ଚମ୍ପଟ ମାରିଥିବା ଜଣାପଡିଛି । ରବିବାର ରାତିରେ ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ପୋଲିସ ବ୍ୟାରେକରୁ ଖସି ପଳାଇଥିବା ସୂଚନା ମିଳିଛି । ବ୍ୟାରେକରୁ ଚମ୍ପଟ ଘଟଣାରେ ୩ ପୁଲିସ୍ କର୍ମଚାରୀ ସସପେଣ୍ଡ ହୋଇଥିବା ଜଣାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ ଏସପି ସେମାନଙ୍କୁ ସସପେଣ୍ଡ କରିଥିବା ଜଣାଯାଇଛି।
ସନସାଇନ ପବ୍ଲିକ ସ୍କୁଲ ଓ କଲେଜରେ ଚାଲିଥିଲା ଯୌନ କେଳେଙ୍କାରୀ। ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଝରଣୀ ଗାଁର ମମିତା ମେହେର ନିଖୋଜ ମାମଲାରେ ଏଭଳି କିଛି ତଥ୍ୟ ଏବେ ସାମ୍ନାକୁ ଆସିଲାଣି। ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ୩ଟି ଜିଲାର ପୋଲିସ ତଦନ୍ତ ଚଲାଇଥିବା ବେଳେ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଥିବା ବେଳେ ଗତକାଲି ରାତିରେ ପୁଲିସ୍ ବ୍ୟାରେକ୍ରୁ ଚମ୍ପଟ ହୋଇଥିଲେ। ପୋଲିସ ତାଙ୍କୁ ଚମ୍ପଟ ମାରିବାରେ ସହାୟତା କରିଥିବାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ସୂଚନା ଯେ. ଶିକ୍ଷୟିତ୍ରୀ ଜଣଙ୍କ ମହାଲିଙ୍ଗ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲରେ କାର୍ଯ୍ୟରତ ଥିଲେ। ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ଗତ ୮ ତାରିଖଠାରୁ ସ୍କୁଲକୁ ଆସି ନିଖୋଜ ଅଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିଲା ।
